କର୍ମଚାରୀଙ୍କୁ ଅବସରକାଳୀନ ସମ୍ୱର୍ଦ୍ଧନା ।

0 75

ଯାଜପୁର,୩୧/୦୮(ପିପିଟି); ଜିଲ୍ଳା ଜରୁରୀ ବିଭାଗର ବିଭାଗୀୟ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ବ୍ରହ୍ମାନନ୍ଦ ଜେନା ମଙ୍ଗଳବାର ସରକାରୀ କାର୍ଯ୍ୟରୁ ଅବସର ଗ୍ରହଣ କରିଚ୍ଥନ୍ତି । ଏହି ଉପଲକ୍ଷେ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଏକ ଅବସରକାଳୀନ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଅକ୍ଷୟ କୁମାର ମଲ୍ଲିକ ଅଧ୍ୟକ୍ଷତା କରିବା ସହ ଶ୍ରୀ ଜେନା ଜଣେ ନିଷ୍ଠାପର ଓ କର୍ମଠ କର୍ମଚାରୀ ଥିଲେ ବୋଲି କହିଥିଲେ । ତାଙ୍କର ଅବସର ପରବର୍ତ୍ତି ଜୀବନ ସୁଖମୟ ହେଉ ବୋଲି ସେ କାମନା କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ମିହିର ପ୍ରସାଦ ମହାନ୍ତି, ଉପଜିଲ୍ଲାପାଳ ଡଃ ଶରତ ଚନ୍ଦ୍ର ମହାପାତ୍ର ଡେପୁଟୀ କଲେକ୍ଟର ପ୍ରଜ୍ଞା ହୋତା, ଅସ୍ମିତା ଦାସ, ଶୁଭଦର୍ଶନ ମିଶ୍ର, ସହାୟକ ଜିଲ୍ଲାପାଳ ତରଣୀସେନ ପଟ୍ଟନାୟକ, ଉମେଶ ଚନ୍ଦ୍ର ଲେଙ୍କା, ଭୂତତ୍ୱବିତ୍ ସନ୍ତୋସିନୀ ସେଠୀ, ଜରୁରୀ ବିଭାଗର ଡି.ପି.ଓ. ଦେବାଶିଷ ପ୍ରଧାନ, କର୍ମଚାରୀ ବିଜୟ କୁମାର ଦାସ, ଅଶୋକ କୁମାର ମିଶ୍ର, ମଦନ ମୋହନ ପତି, ସଂଜୟ କୁମାର ମହାନ୍ତି, ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରମୁଖ ଯୋଗଦେଇ ବିଦାୟ ସମ୍ୱର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ନିଜ ବକ୍ତବ୍ୟରେ ନିଜ ଚାକିରୀ ଜୀବନର ଅନୁଭୂତି ବର୍ଣ୍ଣନା ସହ ସବୁବେଳେ ସମସ୍ତଙ୍କୁ ସେବା ଯୋଗାଇବାର ପ୍ରଚେଷ୍ଟା କରିଚ୍ଥନ୍ତି ବୋଲି ଶ୍ରୀ ଜେନା କହିଥିଲେ ।

Leave A Reply

Your email address will not be published.