କାଲିଗାଡୁ ହିଲଟପ୍ ର ମନୋରମ ଦୃଶ୍ୟକୁ କନ୍ଧମାଳ ଜିଲ୍ଲାପାଳ ପରିଦର୍ଶନ କଲେ ।

0 235

କନ୍ଧମାଳ,୨୧/୦୮(ପିପିଟି) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ପଞ୍ଚାୟତ ସମିତି ଅନ୍ତର୍ଗତ କଳିଙ୍ଗା ପଞ୍ଚାୟତ ସ୍ଥିତ ରାଜାଗାଡା ଜଳପ୍ରପାତ ପର୍ଯ୍ୟଟନ ସ୍ଥଳ ଭାବେ ମାନ୍ୟତା ଦେବାକୁ ଦାବି ଜୋର ହେଉଥିବାର ଏକ ବର୍ଷ ନ ପୁରୁଣୁ ଏହି ପଞ୍ଚାୟତ ସମିତି ଅନ୍ତର୍ଗତ ମାଲିକାପଡି ପଞ୍ଚାୟତ ସ୍ଥିତ ମୁକୁଲିଙ୍ଗିଆ ନିକଟରେ କାଲିଗାଡୁ ହିଲଟପ୍ ନାମକ ଆଉ ଏକ ପର୍ଯ୍ୟଟନ ସ୍ଥାନର ସନ୍ଧାନ ମିଳିଛି।ଏହି ସ୍ଥାନକୁ ଏବେ ପ୍ରତିଦିନ ଶହଶହ ଦର୍ଶକ ଆସି ଏଠିକାର ମନୋରମ ଦୃଶ୍ୟକୁ ଉପଭୋଗ କରିବା ସହ ନିଜ ନିଜ ମୋବାଇଲରେ ସେଲଫି ନେଉଥିବାର ଦେଖିବାକୁ ମିଳିଛି। ପ୍ରକାଶ ଥାଉକି ଏହି ସ୍ଥାନ ପର୍ଯ୍ୟଟନ ସ୍ଥଳର ମାନ୍ୟତା ଜୋର ଧରିବାରୁ କନ୍ଧମାଳ ଜିଲ୍ଲାପାଳ ଡ.ବୃନ୍ଦା ଡି କାଲିଗାଡୁ ହିଲଟପ ପରିଦର୍ଶନ କରିବା ସହ ମନୋରମ ଦୃଶ୍ୟକୁ ନିଜ ମୋବାଇଲରେ ଫୋଟ ଗୁଡିକୁ କଏଦ୍ କରିଥିବା ଦେଖିବାକୁ ମିଳିଛି। ସାଥିରେ ଗୋଷ୍ଟୀ ଉନ୍ନୟନ ଅଧିକାରୀ ବିଜୟ କୁମାର ପ୍ରଧାନ ଉପସ୍ଥିତ ଥିବା ବେଳେ ସେ ସ୍ଥାନ ସକାଶେ ଗମନାଗମନ ଓ ପାନୀୟ ଜଳର ବ୍ୟବସ୍ଥା ଅତିଶୀଘ୍ର କରାଯିବା ନେଇ ସୂଚନା ଦେଇଥିବା ଜଣାପଡିଛି ।

(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.