ପ୍ରେସ କ୍ଲବ ପକ୍ଷରୁ ରାଜ୍ୟ ସଭାପତିଙ୍କୁ ସମ୍ବର୍ଦ୍ଧନା ।

0 277

ବୋଲଗଡ଼,୨୦/୦୮(ପିପିଟି):ବୋଲଗଡ଼ ସଦର ମହକୁମା ଠାରେ ଶୁକ୍ରବାର ୯ ଘଟିକା ସମୟରେ ସ୍ଥାନୀୟ ପ୍ରେସ କ୍ଲବ ଭବନରେ ରାଜ୍ୟ ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ପ୍ରେସ କ୍ଲବ ଗୃହକୁ ଉଦଘାଟନ ଓ ସମ୍ବର୍ଦ୍ଧିତ କାର୍ଯ୍ୟକ୍ରମରେ ଅତିଥି ମନଙ୍କୁ ଫୁଲ ତୋଡ଼ା ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧନା କରାଯାଇଛି । ରାଜ୍ୟ ଉତ୍କଳ ସାମ୍ବାଦିକ ସଙ୍ଘ ସଭାପତି ବିଭୁତି ଭୂଷଣ କର ଯୋଗ ଦେବା ଅବସରରେ ସ୍ଥାନୀୟ ପ୍ରେସ କ୍ଲବ ବୋଲଗଡ଼ ରେ ବ୍ଲକ ସ୍ତରୀୟ ସାମ୍ବାଦିକ ମାନଙ୍କ ବିଭିନ୍ନ ସମସ୍ୟା ଉପରର ଗୁରୁତ୍ୱ ଦେଇଥିଲେ । ଏହାର ଯଥାଶୀଘ୍ର ସମାଧାନ କରାଯିବ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ । ଏତଦ ବ୍ୟତୀତ ରାଜ୍ୟ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ନାୟକ,ଖୋର୍ଦ୍ଧା ଜିଲ୍ଲା ସଭାପତି ପ୍ରଭାତ କୁମାର ମିଶ୍ର,ଓ ୟୁ ଡବ୍ଲୁ ଜେ ର ରାଜ୍ୟ ସଭାପତି ସଞ୍ଜୟ କୁମାର ଦାସ,କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ, ରାଜ୍ୟ କୋଷାଧକ୍ଷ ରାଜେନ ଚୌଧୁରୀ, ଖୋର୍ଦ୍ଧା ଜିଲ୍ଲା ସମ୍ପାଦକ ସତ୍ୟ ନାରାୟଣ ପାଇକରାୟ ପ୍ରମୁଖ ଯୋଗ ଦେଇ ପ୍ରେସ କ୍ଲବ ପକ୍ଷରୁ ସମ୍ବର୍ଦ୍ଧିତ ହୋଇଥିଲେ । ଏହି ସମ୍ୱର୍ଦ୍ଧିତ କାର୍ଯ୍ୟ କ୍ରମରେ ପ୍ରେସ କ୍ଲବ,ବୋଲଗଡ଼ର ସଭାପତି ପ୍ରସନ୍ନ କୁମାର ସ୍ୱାଇଁ, ଉପଦେଷ୍ଟା ପ୍ରଫୁଲ୍ଲ କୁମାର ସିଂହ, ଅବଦୁଲ ଖଲିଲ ଖାନ, ଦେବବ୍ରତ ହୋତା,ନିରଞ୍ଜନ ନାୟକ, ଦିଲ୍ଲୀପ କୁମାର ଚଉଧୁରୀ, ଗୁରୁକୃଷ୍ଣ ଦୁଖାନନ୍ଦ ସାମନ୍ତରାୟ, ରାକେଶ ଚନ୍ଦ୍ର ପାଢ଼ୀ, ମାନସ କୁମାର ପାଣିଗ୍ରାହୀ, ଯଦୁନାଥ ସାମନ୍ତରାୟ,ସୁଶାନ୍ତ କୁମାର ପ୍ରଧାନ , ଅଶୋକ କୁମାର ପ୍ରଧାନ ପ୍ରମୁଖ ସମସ୍ତସଦସ୍ୟ ଉପସ୍ଥିତ ରହି ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.