ଭଞ୍ଜନଗର,୩୦/୦୭(ପିପିଟି);ଭଞ୍ଜନଗର ରେ ନିର୍ମିତ କୃଷକ ବଜାର ର ନାମ ମନ୍ତ୍ରୀଙ୍କ ବାପା ବଳଭଦ୍ର ଆରୁଖ କୃଷକ ବଜାର ନାମରେ ନାମିତ କରାଯାଇଅଛି ଏ ନେଇ ଭଞ୍ଜନଗର କଂଗ୍ରେସ ଏହାକୁ ତୀବ୍ର ବିରୋଧ କରିଛି । ସାଧାରଣ ଲୋକ ଓ ବୁଦ୍ଧିଜୀବୀ ମାନେ ମଧ୍ୟ ଏହାକୁ ପସନ୍ଦ କରିନାହାଁନ୍ତି ।କାରଣ ଗଞ୍ଜାମ ଘୁମୁସରରେ ଅନେକ ମହାପୁରୁଷ ଅଛନ୍ତି ଯଥା ପ୍ରବାଦ ପୁରୁଷ ଓ ଭଞ୍ଜ ମାଟିର ଚାଷୀ ପୁଅ ବିଜୁ ପଟ୍ଟନାୟକ,କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଚକରା ବିଶୋଇ ଆଦି ଅନେକ ମହାପୁରୁଷ ଅଛନ୍ତି । କିନ୍ତୁ ମନ୍ତ୍ରୀ ନିଜ ବାପା ବଳଭଦ୍ର ଆରୁଖ କୃଷକ ବଜାର ନାମରେ ନାମିତ କରିଛନ୍ତି । ଏହାକୁ ତୀବ୍ର ବିରୋଧ କରି ଭଞ୍ଜନଗର ଉପଜିଲ୍ଲାପାଳଙ୍କ ଦ୍ୱାରା ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକ ପାତ୍ର ପ୍ରଦାନ କରା ଯାଇଛି ।ଏହି କାର୍ଯ୍ୟକ୍ରମ ରେ ଭଞ୍ଜନଗର କଂଗ୍ରେସ ମହିଳା ନେତ୍ରୀ ବନଜା ପଣ୍ଡା, ଜଗନ୍ନାଥ ପ୍ରସାଦ ବ୍ଲକ ସଭାପତି ବିଦ୍ୟାଧର ପ୍ରଧାନ, ଜବାହାରଲାଲ ସାହୁ, ମଣ୍ଟୁ ପ୍ରଧାନ, ଲୋକନାଥ ସେଠି, ବାଲ୍ୟ ବେହେରା, ପିଣ୍ଟୁ ରାଉଳ, ରଜନୀ କାନ୍ତ ବିଶ୍ୱାଳ, ଶଙ୍କର ମାଝୀ, ପୂର୍ଣ୍ଣ ଚନ୍ଦ୍ର ସାହୁ ଓ ବହୁ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ ।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )