ଆଭାସ ବୈଠକ, ଶିଶୁ ଶ୍ରମିକ ପ୍ରଥା ଶତ ପ୍ରତିଶତ ଉଛେଦ ସମ୍ଭବ କିପରି ?

0 282

ବୋଲଗଡ଼,୨୧/୦୭(ପିପିଟି): ଅନ୍ୱେଷଣ ଟ୍ରଷ୍ଟ ଆନୁକୂଲ୍ୟରେ ଇତ୍ୟବସରରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏହି ଆଲୋଚନା ଚକ୍ରର ଶୀର୍ଷକ ଥିଲା ”ଶିଶୁ ଶ୍ରମିକପ୍ରଥା ଶତପ୍ରତିଶତ ଉଛେଦ ସମ୍ଭବ କିପରି” ? ଏଥିରେ ରିସୋର୍ସ ପର୍ସନ ଭାବରେ ଡଃ. ଶରତ ଚନ୍ଦ୍ର ପ୍ରଧାନ,(ଇଉରୋପ ସରକାରଙ୍କର ପୂର୍ବତନ ଅର୍ଥ ଉପଦେଷ୍ଟା ଓ ପରିବର୍ତ୍ତନ ଓଡିଶା ର ଆବାହକ),ଡ଼ଃ. ଭାରତୀ ଚାନ୍ଦ(ରାଜସ୍ତାନ ବିଶ୍ୱ ବିଦ୍ୟାଳୟର ପ୍ରଫେସର), ଅଧ୍ୟାପକ ଶରତ ଚନ୍ଦ୍ର ଦାସ(ସ୍ତମ୍ବାକାର),ବ୍ରଜବନ୍ଧୁ ପାଲ(ଅବସରପ୍ରାପ୍ତ ଶ୍ରମ ଡେପୁଟି ଲେବର କମିଶନର),ଯୋଗଦେଇ ଶିଶୁ ଶ୍ରମିକ ପ୍ରଥା ସମାଜ ପାଇଁ ଏହା ଏକ କଳଙ୍କ ଯାହାଦ୍ବାରା ସମାଜର ଯୁବଶକ୍ତି ନଦୀର ଜଳ ସମୁଦ୍ରକୁ ଗଲା ଭଳି ଯେପରି ନଷ୍ଟ ହେଉଯାଉଅଛି ସେହିପରି ଯୁବଶକ୍ତି ନଷ୍ଟ ହୋଉଯାଉଅଛି। ଏହାକୁ ବିରୋଧ କରିବା ଦରକାର। ଏହି ପ୍ରଥା ସମ୍ପୂର୍ଣ୍ଣ ରୂପେ ଉଛେଦ କରି ଶିଶୁ ମାନଙ୍କୁ ମୁଳଶ୍ରୋତରେ ସାମିଲ୍ କରିବା ପାଇଁ ମତ ରଖିଥିଲେ। ଏହି ଆଭାସି ଆଲୋଚନା ଚକ୍ରରେ ଛାତ୍ର,ସାମ୍ବାଦିକ,ଓକିଲ, ସେଛ୍ୱାସେବି,ଓ ରାଜନୈତିକ ବ୍ୟକ୍ତି ଭାଗନେଇ ନିଜର ମତାମତ ରଖିବାସହିତ ମିଳିତ ଭାବରେ ଶିଶୁ ଶ୍ରମିକ ପ୍ରଥା ଉପରେ ଲଢିବା ପାଇଁ ଶପଥ ନେଇଥିଲେ। ସ୍ୱେଚ୍ଛାସେବୀ ମୋହନ ମହାରଣା, ବରିଷ୍ଠ ରାଜନୀତି  ସହିତ ସମ୍ପର୍କ ରଖିଥିବା ରାଜ୍ୟର ନାରୀନେତୃତ୍ୱ ନେଉଥିବା ପଦ୍ମଜା ଦେବତା,ସ୍ୱାତିମହାପାତ୍ର,ଛାତ୍ରୀ ଆର୍ଯ୍ୟା କୁମାରୀ ଶର୍ମୀଷ୍ଠା,ଆଡଭୋକେଟ ଅମୂଲ୍ୟ କୁମାର ପ୍ରଧାନ, ସାମ୍ବାଦିକ ଅରୁଣ ତ୍ରିପାଠୀ,ଶାଶ୍ୱତ ପରିଡା,ଦିବ୍ୟାନୀ ସାମଲ ଓ ଅନେକ ଛାତ୍ର ବୁଦ୍ଧିଜୀବୀମାନେ ଆଲୋଚନା ରେ ସମ୍ପୂର୍ଣ୍ଣ ଭାଗନେଇଥିଲେ। ଏହାର ପରିଚାଳନା ଅନ୍ୱେଷଣ ଟ୍ରଷ୍ଟର ସମ୍ପାଦକ ଉଚ୍ଚନ୍ୟାୟାଳୟ, ଓଡିଶା-ଆଡଭୋକେଟ ପ୍ରଦୀପ କୁମାର ପଟ୍ଟନାୟକ ସୂଚାରୁ ରୂପେ ସଂପାଦନ କରିଥିଲେ। ଶିଶୁ ଶ୍ରମିକ ପ୍ରଥା ଉଛେଦ ପାଇଁ ରାଜ୍ୟରେ ଏକ ମଞ୍ଚ ତିଆରି କରାଯାଇ ଆନ୍ଦୋଳନାତ୍ମକ ପ୍ରଥାଗ୍ରହଣ କରାଯିବ। ଯାହାର ଦାୟିତ୍ଵ ଡଃ.ଶରତ ଚନ୍ଦ୍ର ପ୍ରଧାନ ପ୍ରଦାନ କରାଯାଇଥିଲା।

 

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ।)

Leave A Reply

Your email address will not be published.