ଶେରଗଡ,୧୬/୦୭(ପିପିଟି); ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଦେଶ କ୍ରମେ ଚିଠି ନଂ ୯୬୬୫ ଅନୁଯାଇ ଶେରଗଡ଼ ବ୍ଲକ ଅନ୍ତର୍ଗତ ମହୁପଦର ଗ୍ରାମ ପଞ୍ଚାୟତରେ ପିଲାମାନଙ୍କ ପାଇଁ ଗୋଟିଏ ଦିନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।ପଞ୍ଚାୟତ ସ୍ତରୀୟ ଟାସ୍କଫୋର୍ସ ବୈଠକ ସହିତ ପଞ୍ଚାୟତ ସ୍ତରର ଶିଶୁ ସୁରକ୍ଷା କମିଟି ଗଠନ ହୋଇଥିଲା। ଏହାର ମୁଖ୍ୟ ଲକ୍ଷ୍ୟ ଥିଲା ଅତି କମରେ ମାସକୁ ଗୋଟିଏ ଦିନ ନିର୍ଦ୍ଧାରିତ କରି ଶିଶୁ ମାନଙ୍କୁ ତଦାରଖ କାର୍ଯ୍ୟ କରିବା ଯେପରି ବାଲ୍ୟ ବିବାହ ମୁକ୍ତ ପଞ୍ଚାୟତ ହେବ, ଶିଶୁ ମୁତ୍ଯୁ ହାର କମାଇବା,ଶିଶୁ ଶ୍ରମିକ ହଟାଇବା, ଓ ଭୃଣ ହତ୍ୟା ନ କରିବା ସଚେତନତା କରିବା ପାଇଁ ସିଡ଼ିପିଓ କହିଥିଲେ ସେହିପରି ଗୋଟିଏ ଶିଶୁ ମଧ୍ୟ ଶିକ୍ଷାରୁ ବଞ୍ଚିତ ନ ହେବା ତଦାରଖ କରିବା ସହ କନ୍ୟା ସନ୍ତାନ ର ସ୍ୱାସ୍ଥ୍ୟ, ପୃଷ୍ଟି ଶିକ୍ଷା ସୁନିଶ୍ଚିତ କରିବା ସମସ୍ତ ବିଭାଗର ସଦସ୍ୟ ଅବଗତ କରାଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ଶେରଗଡ଼ ସିଡ଼ିପିଓ ଗୀତା ରାଣୀ ରାଉଳ, ସରପଞ୍ଚ ଗୋଲାପ ପ୍ରଧାନ,ପିଇଓ – ଜି ରବି କୁମାର, ସି.ଆର.ସି ସୁଶାନ୍ତ ପ୍ରଧାନ,ଏ.ଏନ.ଏମ, ଚିତ୍ରାଲେଖା ମଲିକ,ଆଶା କର୍ମୀ କ୍ରିଷ୍ଣା ପ୍ରଧାନ, ଅଙ୍ଗନୱାଡ଼ି କର୍ମୀ ଟୁନି ବିଷୋୟୀ ଉପସ୍ଥିତ ଥିଲେ ।
(ରିପୋର୍ଟ- ଭିକୁ ନାୟକ। )