ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ ।

0 310

ବାଲିଗୁଡ଼ା,୦୯/୦୭(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇ ଯାଇଛି । ମନ୍ଦିର ପରିସର ମଧ୍ଯରେ ପୂର୍ବ ନିର୍ଦ୍ଧାରିତ ନୀର୍ଘଣ୍ଟ ଅନୁଯାୟୀ ବିନା ଭକ୍ତ ରେ ମହାପ୍ରଭୁଙ୍କ ହୋମ ଓ ଦେବ ରିତି ନୀତି କାର୍ଯ୍ୟ ସମାପନ ହୋଇଛି। ମନ୍ଦିର ଟ୍ରଷ୍ଟ ସଦସ୍ୟ ମଧୁସୂଦନ ଦାସ ହୋମରେ ରହିଥିବା ବେଳେ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ମହେଶ୍ୱର ପଣ୍ଡା, ବାବୁଲା ପାଣି ପ୍ରମୁଖ ନୀତି କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର ଟ୍ରଷ୍ଟି ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ମନ୍ଦୀର ରେ ପହଞ୍ଚି ନୀତି କାର୍ଯ୍ୟ ସୂଚାରୁ ରୁପେ ପାଳନ କରିବା ସହ ନବ ଯୌବନ ଦର୍ଶନ କରିଥିଲେ। ଆଜି ଠାରୁ ତିନି ଦିନ ମହାପ୍ରଭୂ ନବ ଯୌବନ ଦର୍ଶନ ଦେବେ। ଜୁଲାଇ ୧୨ତାରିଖରେ ବିନା ଭକ୍ତରେ କେବଳ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ରଥଯାତ୍ରା କରାଯିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.