ପଇତା ଗାଁ ହତ୍ଯା ଘଟଣାରେ ଚାରି ଗିରଫ ।

0 281

ଭଞ୍ଜନଗର,୨୯/୦୬(ପିପିଟି);ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ପଇତା ଗାଁ ଠାରେ ଗତ୨୧ ତାରିଖରେ ପୂର୍ବ ଶତ୍ରୁତାକୁ ନେଇ ଜଣେ ଯୁବକକୁ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ଘଟଣାରେ ପୋଲିସ ଚାରିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ସେମାନଙ୍କ ନିକଟରୁ ହତ୍ୟାରେ ବ୍ୟବହୁତ ୩ଟି ଠେଙ୍ଗା ଓ ହଳେ ଚପଲ କୁ ମଧ୍ୟ ଜବତ କରିଛି।ଅଭିଯୁକ୍ତ ମାନେ ହେଲେ ପଇତା ଗାଁର ବରୁଣ ଗୌଡ଼,ମୁଜାଗଡ଼ର ଶଙ୍କର ଗୌଡ଼,ଟୁନା ବିଷୋୟୀ ଓ ବଳିଆ ବିଷୋୟୀ । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି କାଳିଆ ଗୌଡ଼କୁ ହତ୍ୟା କରିବା ପାଇଁ ଏହି ଚାରି ଅଭିଯୁକ୍ତ ଗତ ୨୦ ତାରିଖ ସନ୍ଧ୍ୟାରେ ଯୋଜନା କରି ଦଦରଲୁଣ୍ଡା ଛକ ନିକଟରେ କାଳିଆକୁ ଅଟକାଇ ଠେଙ୍ଗାରେ ପିଟି ପିଟି ହତ୍ୟା କରିବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ। ମୃତ କାଳିଆଙ୍କ ପୁତୁରା ଠାରୁ ଅଭିଯୋଗ ପାଇ ୨୧ତାରିଖ ସକାଳେ ମୃତ ଦେହକୁ ଜବତ କରି ସାଇଣ୍ଟିଫିକ ଟିମ ଜରିଆରେ ବିଭିନ୍ନ ଦିଗରୁ ତଦନ୍ତ ଆରମ୍ଭ କରିଥିଲା।ସୋମବାର ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଭଞ୍ଜନଗର ଏସ୍ଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର ଏକ ପ୍ରେସ ବିବୃତିରେ ସୂଚନା ଦେଇଛନ୍ତି।

(ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.