ରୋଟାରୀ କ୍ଲବ ତରଫରୁ ବିଶୁଦ୍ଧ ଓ ଶୀତଳ ଜଳସେବା ଆରମ୍ଭ ।

0 410

ଭଞ୍ଜନଗର,୨୫/୦୬(ପିପିଟି);ଭଞ୍ଜନଗର ରୋଟାରୀ କ୍ଲବର ୧୪ତମ ଜୟନ୍ତୀ ପାଳନ ଅବସରରେ ଶୁକ୍ରବାର ମେଡ଼ିକାଲ ପରିସରରେ ବିଶୁଦ୍ଧ ଓ ଶୀତଳ ଜଳସେବା ଶୁଭାରମ୍ଭ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ସମ୍ମାନିତ ଅତିଥି ଭାବେ ଏସଡିଏମଓ ସିତାଂସୁ ଶେଖର ଶତପଥୀ, ଜନ ସ୍ଵାସ୍ଥ୍ୟ ବିଭାଗ ସହକାରୀ ଯନ୍ତ୍ରୀ ବିନୟ କୁମାର ସାହୁ,ମେଡ଼ିକାଲ ପରିଚାଳକ ବିଚିତ୍ର କୁମାର ପାଣିଗ୍ରାହୀ ଉପସ୍ଥିତ ଥିଲେ । ବିଶେଷ କରି ଏହି ରାସ୍ତାରେ ପ୍ରତିଦିନ ଶହଶହ ସଂଖ୍ୟାରେ ଲୋକମାନେ ଚଳ ପ୍ରଚଳ ହେଉଥିବାରୁ ଆବଶ୍ୟକତା ଦୃଷ୍ଟିରୁ ଏହି ସେବା ଯୋଗାଇ ଦିଆଯାଇଛି। ଭଞ୍ଜନଗର ରୋଟାରୀ କ୍ଲବ ବିଭିନ୍ନ ସମୟରେ ଲୋକଙ୍କୁ ସହାୟତା ଯୋଗାଇ ଆସୁଛି ଏବଂ ଆଗାମୀ ଦିନରେ ମଧ୍ୟ ଏହି ସେବା ଜାରି ରଖିବାକୁ ଉପଜିଲ୍ଲାପାଳ ମିଞ୍ଜ କହିଥିଲେ। ଏଥିରେ ରୋଟାରୀ କ୍ଲବ ସଭାପତି ପଞ୍ଚାନନ ମିଶ୍ର, ସମ୍ପାଦକ ରଞ୍ଜିତ କୁମାର ବାରିକ,ରୋଟାରିଆନ ଶ୍ରୀରାମ ପ୍ରସାଦ ପାଳ, ପ୍ରଶାନ୍ତ କୁମାର ନାୟକ,ସୀମାଞ୍ଚଳ ପତି, ପବିତ୍ର କୁମାର ପ୍ରଧାନ, ଭି. ଦେବୀ ପ୍ରସାଦ ପାତ୍ର, ପ୍ରଦ୍ୟୁମ୍ନ କୁମାର ପ୍ରଧାନ, ରବୀନ୍ଦ୍ର ପାଣିଗ୍ରାହୀ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.