ବାଇକ ଧକ୍କାରେ ୪ଜଣ ଗୁରୁତରଙ୍କୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତର ।

0 390

ଭଞ୍ଜନଗର,୨୪/୦୬(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ଜିଲୁଣ୍ଡି ଠାରୁ ମଳାସ ପଦର ମଧ୍ୟବର୍ତ୍ତୀ ସ୍ଥାନରେ ବାଇକ ଧକ୍କା ଦେବାରୁ ପ୍ରଥମେ ଜଣେ ସାଇକେଲ ଚାଳକ ଓ ପରେ ଜଣେ ଲୁନା ଚାଳକ ସମେତ ବାଇକ ରେ ଥିବା ଦୁଇଜଣ ଗୁରୁତର ଆହତ ହୋଇଥିଲେ। ସମସ୍ତଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ଭଞ୍ଜନଗର ରୁ ବ୍ରହ୍ମପୁର ମେଡ଼ିକାଲ ସ୍ଥାନାନ୍ତରିତ କରାଯାଇଛି।ସୂଚନା ମୁତାବକ ଜିଲୁଣ୍ଡି ଗ୍ରାମର ମୁରଲୀ ନାୟକ(୨୨) ଲିଙ୍ଗରାଜ ନାୟକ(୨୩) ଦୁହେଁ ଏକ ପଲସର ବାଇକ ଯୋଗେ ସୋରଡ଼ାରେ ଥିବା ମାଉସୀ ଘରକୁ ଯାଇ ନିଜ ଗ୍ରାମକୁ ଫେରୁଥିବା ବେଳେ ଉକ୍ତ ସ୍ଥାନରେ ଭାରସାମ୍ୟ ହରାଇ ବାଇକଟି ପ୍ରଥମେ ସାଇକେଲରେ ଆସୁଥିବା ଅକ୍ଷୟ ବିଷୋୟୀ (୨୯)ଙ୍କୁ ଧକ୍କା ଦେବା ପରେ ପୁଣି ଲୁନାରେ ଆସୁଥିବା ଵାଲାଟୁଣୁ ଗ୍ରାମର ଶଙ୍କର ନାୟକ (୨୮)ଙ୍କୁ ଧକ୍କା ଦେଇଥିଲା।ଫଳରେ ୪ଜଣ ଯାକ ଛିଟକି ରାସ୍ତାରେ ପଡ଼ି ଗୁରୁତର ଆହତ ହୋଇଥିଲେ।ଖବର ପାଇ ଅଗ୍ନିଶମ ବାହିନୀ ଓ ୧୦୮ ଆମ୍ବୁଲାନ୍ସ ଯୋଗେ ସେମାନଙ୍କୁ ଭଞ୍ଜନଗର ମେଡ଼ିକାଲ ଅଣାଯାଇଥିଲା।ହେଲେ ମୁରଲୀ ଓ ଅକ୍ଷୟର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି।
(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.