ପିପିଟି ପକ୍ଷରୁ ଆସ୍କା ଥାନାକୁ ମାସ୍କ, ସାନିଟାଇଜର ଓ ଛତା ପ୍ରଦାନ।

0 563

ଆସ୍କା,୨୩/୦୬(ପିପିଟି); ପିପୁଲ୍ସ ପ୍ରେସ୍ ଟ୍ରଷ୍ଟ ପକ୍ଷରୁ କୋଭିଡ- ୧୯କୁ ନଜରରେ ରଖି ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ ଆସ୍କା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ କୌଣସି କାର୍ଯ୍ଯରେ ବାହାରକୁ ଯାଇଥିବାବେଳେ, ଏସଆଇ ବିଶ୍ବଜିତ ନାୟକଙ୍କୁ ପିପିଟି ପକ୍ଷରୁ ସଭାପତି ଦେବସ୍ମିତା ମହାନ୍ତି,ସମ୍ପାଦକ ସମରଜିତ୍ ମହାନ୍ତି, ଯୁଗ୍ମ ସମ୍ପାଦକ ଅଜିତ କୁମାର ପଟ୍ଟନାୟକ, ସାମ୍ବାଦିକ ଉମାଚରଣ ପଟ୍ଟନାୟକ ଓ ସପ୍ନେଶ୍ବର ପାଣିଗ୍ରାହୀ ସାକ୍ଷାତ କରି ସାନିଟାଇଜର,ମାସ୍କ ଓ ଛତା ପ୍ରଦାନ କରିଛନ୍ତି। ଗ୍ରାମାଞ୍ଚଳର ଲୋକ ମାନେ ବିଭିନ୍ନ ଅଭିଯୋଗ ନେଇ ଆସୁଥିବାବେଳେ ସେମାନଙ୍କୁ ମାସ୍କ ବ୍ଯବହାର କରିବା ପାଇଁ ଦିଆଯିବ ଏବଂ ପୁଲିସ କର୍ମଚାରୀ ମାନେ ଖରା ଓ ବର୍ଷାରେ ରାସ୍ତାରେ ଠିଆ ହୋଇ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ସେମାନଙ୍କ ପାଇଁ ଛତା ବ୍ଯବହାର କରିବା ପାଇଁ ପିପିଟି ପକ୍ଷରୁ ଗୋଟିଏ ଛୋଟିଆ ପ୍ରୟାସ କରାଯାଇଛି।

Leave A Reply

Your email address will not be published.