ବଗାଇଜୁରୀ ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କେବେ ?

0 460

ପଦ୍ମପୁର(ପି.ପି.ଟି.ନ୍ଯୁଜ୍)୨୦/୩:- ବରଗଡ ଜିଲ୍ଲାର ରାଜବୋଡାସମ୍ବର (ପଦ୍ମପୁର) ବ୍ଲକର ବଗାଇଜୁରୀ ଗ୍ରାମପଂଚାୟତ ଅଦ୍ୟାବଧି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ରେ ଅନ୍ତର୍ଭୂକ୍ତ ନହେବା ନେଇ ଗ୍ରାମବାସୀ ଙ୍କ ପାଇଁ ସାତସପନ ହୋଇଛି । ଦୁଇଟି ୱାର୍ଡ ବିଶିଷ୍ଟ ଏହିଗ୍ରାମ ପୁରେନା ଗ୍ରାମପଂଚାୟତ ଅଧିନରେ ରହିଛିାପଦ୍ମପୁର-ବସନା-ସରାଇପାଲି(ଛତିଶଗଡ) ରାସ୍ତାପାଖରୁ ମାତ୍ର ୧କିଲୋମିଟର ଦୂରରେ ଉକ୍ତ ଗ୍ରାମ ଅବସ୍ଥିତ ାପୁରେନା ଗ୍ରାମପଂଚାୟତ ସଦର ମହକୁମା ଠାରୁ ଏହାର ଦୂରତ୍ୱ ମାତ୍ର ୨ କିଲୋମିଟର ପାଖାପାଖି ହେବ କିନ୍ତୁ ଏହି ଗ୍ରାମକୁ ପୁରେନାରୁ ସଂଯୋଗ କରୁଥିବା ଏହି ମାଟିରାସ୍ତା ଅତ୍ୟନ୍ତ ସଂକିର୍ଣ୍ଣ ।ବନ୍ଧହୁଡା ଦେଇ ସର୍ପିଳ ରୋଡରେ ଯାଇଥିବା ରାସ୍ତାଟି ବିପଦଜନକ ହୋଇଯାଇଛି ।ବନ୍ଧହୁଡାରେ ଗୋଟିଏ କଲଭଟ ରହିଛି ଯାହା ସଂପୂର୍ଣ୍ଣ ଜରାଜୀର୍ଣ୍ଣ ।ରାସ୍ତାର ଅବସ୍ଥା ବର୍ଷା ଦିନରେ ନକହିବା ଭଲ ା ଖାଲିପାଦରେ ଏହାଦେଇ ଯାତାୟତ କରିହୁଏ ନାହିଁ । ରାସ୍ତାସାରାଖାଲଢ଼ିପ,ପାଣିପଙ୍କରେ ଭର୍ତ୍ତି ଏହିରାସ୍ତାଦେଇ ଗ୍ରାମର ସ୍କୁଲପିଲା ପୁରେନାଗ୍ରାମ ହାଇସ୍କୁଲ କୁ ପଢ଼ିବାକୁ ଯାଇଥାଆନ୍ତିା ଗ୍ରାମର ପାଇପ ଯୋଗେ ପାନୀୟ ଜଳଯୋଗାଣ କାର୍ଯ୍ୟକ୍ରମ ସ୍ୱପ୍ନ ଠାରୁ ବହୁଦୂରରେ ।ବରଗଡ ଜିଲ୍ଲା ପ୍ରଶାସନ ଏବଂ ପଦ୍ମପୁର ବ୍ଲକ ର ଉଚ୍ଚ କତ୍ତୃପକ୍ଷ ଏଥିପ୍ରତି ସୁଦୃଷ୍ଟି ଦେଇ ପ୍ରଧାନମନ୍ତ୍ରୀ ସଡକ ଯୋଜନାରେ ଗ୍ରାମକୁ ସାମିଲ କରିବାକୁ ପ୍ରବଳ ଦାବୀ ହୁଏ ।

Leave A Reply

Your email address will not be published.