ଜିଲ୍ଲା ବିଜେପିର ଦଶଜଣିଆ ଟିମ୍ ର ପଦ୍ମପୁରର ଅଭାବୀ ଧାନବିକ୍ରି ଓ ରାମନାଗୁଡ଼ାର ଆଡିବନ୍ଧ ସମୀକ୍ଷା।

0 334

ରାୟଗଡା,୨୦/୦୬(ପିପିଟି); ରାୟଗଡା ଜିଲ୍ଲା ଭାଜପା ସମ୍ପାଦକ ରବିଶଙ୍କର ଗମାଙ୍ଗଙ୍କ ନେତୃତ୍ୱରେ ଏକ ଦଶଜଣିଆ ଟିମ ଗୁଣପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ପଦ୍ମପୁର ଓ ରାମନାଗୁଡା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିଥିଲେ। ଏହି ସମୟରେ ମୂଖ୍ୟତଃ ପଦ୍ମପୁର ବ୍ଲକରେ କିଭଳି ଚାଷୀମାନେ ଧାନ ଅମଳପରେ ମଣ୍ଡି ଅବ୍ୟବସ୍ଥା ଯୋଗୁଁ ଧାନ ବିକ୍ରି କରିନପାରି ରାଜରାସ୍ତାରେ ଧାନକୁ ଜଗିରହିଛନ୍ତି ଓ କିଛି ଅଞ୍ଚଳରେ ଆନ୍ଧ୍ରଦଲାଲ ସରକାରୀ ନିର୍ଦ୍ଧାରିତ ଦରଠାରୁ ବହୁ କମରେ ଚାଷୀ ଧାନ ବିକ୍ରି କରିବାର ଅଭିଯୋଗ ଶୁଣିଥିଲେ। ଏହା ସହ ଖୁବଶୀଘ୍ର ସ୍ଥାନୀୟ ପ୍ରଶାସନକୁ ଏ ବାବଦରେ ଜଣେଇ ସମାଧାନ କରିବାର ପ୍ରତିଶୃତି ଦେଇଥିଲେ। ସେହିଭଳି ଗତ କିଛିଦିନ ତଳେ ଏକ ଆଗ ଧାଡ଼ିର ଖବର କାଗଜରେ ପ୍ରକାଶିତ ଗୁଣପୁର ବିଧାୟକଙ୍କ ୨ବର୍ଷର ରିପୋର୍ଟ କାର୍ଡରେ ଉଲ୍ଲେଖ ଥିବା ବଂଶଧାରା ନଦୀର ନାଇରା,ଡେରିଗାଁ ଓ ଲିମାପଦର ଠାରେ ଆଡ଼ିବନ୍ଧ ନିର୍ମାଣ କାର୍ଯ୍ୟ ଶେଷର ବାସ୍ତବତା ପରଖିବା ପାଇଁ ଯାଇଥିଲେ ହେଲେ ଚିତ୍ର ସମ୍ପୁର୍ଣ୍ଣ ଅଲଗା ଦେଖିବାକୁ ପାଇଥିଲେ। ଏଠାରେ କୌଣସି କାମ ନ ହୋଇ ଏପରି ଅଞ୍ଚଳବାସୀଙ୍କ ସହ ପ୍ରବଂଚନା କରି,ବିଧାୟକ ନିଜର ଆତ୍ମ ପ୍ରଚାର କରିବାକୁ ଯାଇ ଏ ଅଞ୍ଚଳବାସୀଙ୍କ ଜୀବନ ଜୀବିକା ସହ ଅପମାନ କରିଥିବା ଓ ଏହାକୁ ନେଇ ଆଗାମୀ ଦିନରେ ଜିଲ୍ଲା ଭାଜପା ରାଜରାସ୍ତାକୁ ଓହ୍ଲାଇବା ପାଇଁ ମତ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ଟିମରେ ଜିଲ୍ଲା ଭାଜପା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଦେବରାଜ ଗମାଙ୍ଗ, କୃଷକମୋର୍ଚ୍ଚା ସମ୍ପାଦକ ଡମ୍ବୁରୁ ଗମାଙ୍ଗ, ପଦ୍ମପୁରମଣ୍ଡଳ ସଭାପତି କେ.ରାମକୃଷ୍ଣା,ଉପସଭାପତି ସଇନ ଶବର ଓ ଯୁବ ସଂଗଠକ ପ୍ରଦୀପ ଗମାଙ୍ଗ ଏବଂ ଜିଲ୍ଲା ସାଧାରଣ ସମ୍ପାଦକ ହରେକୃଷ୍ଣ ପାଢ଼ୀ ଉପସ୍ଥିତ ଥିଲେ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.