ହିଞ୍ଜିଳି ପଞ୍ଚାୟତ ସମିତି ପକ୍ଷରୁ ଜମି ହୁଡାରେ ନଡ଼ିଆ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ।

0 374

ହିଞ୍ଜିଳିକାଟୁ,୧୯/୦୬(ପି ପି ଟି) ଗଞ୍ଜାମ ଜଳ ବିଭାଜିକା ପ୍ରକଳ୍ପ ଓ ହିଞ୍ଜିଳି ପଞ୍ଚାୟତ ସମିତିର ମିଳିତ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜମି ହୁଡାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଶୁକ୍ରବାର ଦିନ ଶୁଭାରମ୍ଭ କରିଥିଲେ । ହିଞ୍ଜିଳି ପଞ୍ଚାୟତର ଚାଷୀମାନଙ୍କ ନିଜ ଚାଷଜମି ହୁଡାରେ ନଡ଼ିଆ ଚାରା ରୋପଣ କରାଯିବା ଏହା ସରକାରଙ୍କ ଲକ୍ଷ୍ୟ । ଚାଷୀମାନେ ନିଜ ଜମି ହୁଡାରେ ଚାରା ରୋପଣ କରି ରୋଜଗାର କରିବା ସହ ଗ୍ରାମର ସୌନ୍ଦର୍ଯ୍ୟ କାରଣ ଓ ଅମ୍ଳଜାନ ସ୍ତର ବୃଦ୍ଧି ଏହାର ଆଭିମୁଖ୍ୟ ରଖିବା ନେଇ ଶୁକ୍ରବାର ଦିନ ପଞ୍ଚାୟତର ଚାଷୀମାନଙ୍କୁ ୨୧୧୨ ନଡ଼ିଆ ଚାରା ବଣ୍ଟନ ସହ ରୋପଣ କାର୍ଯ୍ୟ ଶେଷ ହୋଇଛି । ଦଶହଜାର ନଡ଼ିଆ ଚାରା ରୋପଣ କାର୍ଯ୍ୟ କରିବା ପଞ୍ଚାୟତ ସମିତି ପକ୍ଷରୁ କୁହାଯାଇଛି । ଶୁକ୍ରବାର ଦିନ ଚାରା ରୋପଣ କାର୍ଯ୍ୟକ୍ରମରେ ସାରୁ , ଶାସନଆମ୍ବଗାଁ ଓ ଦାରୁଭଦ୍ରା ପଞ୍ଚାୟତରେ ଜିଲ୍ଲା ଗ୍ରାମ୍ଯ ଉନ୍ନୟନ ପ୍ରକଳ୍ପ ନିର୍ଦେଶକ ଦତ୍ତାତ୍ରେୟ ଭାଉ ସାହବ ସିନ୍ଧେ ,ଜିଲ୍ଲା ପରିଷଦ ସଭ୍ୟ ଅଜିତ କୁମାର ପାତ୍ର ,ଦୁର୍ଗା ମାଧବ ମହାନ୍ତି ଓ ସଭ୍ଯା ଆରତୀ ମହାନ୍ତି ,ସରପଞ୍ଚ ସଂଜିତା ସାହୁ,ଏ ସିତାମା ଓ ରମା ଦାସ,ସମିତି ସଭ୍ୟା ରଂଜିତା ସାବତ, ପୁଷ୍ପାଞ୍ଜଳି ପ୍ରଧାନ ଓ ବାବୁଲା ସାହୁ ,ଯୁବ ବିଜେଡି ବ୍ଳକ ସଭାପତି ମନୋଜ କୁମାର ସାବତ ହିଞ୍ଜିଳି ବ୍ଳକ ଆତ୍ମା ଅଧ୍ୟକ୍ଷ ଏ ସୁଦର୍ଶନଙ୍କ ସହ ସମସ୍ତ ପଞ୍ଚାୟତର ସରପଞ୍ଚ ,ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ସଭ୍ଯା , ପଞ୍ଚାୟତ ଅଧିକାରୀ, ଓ୍ବାର୍ଡ ମେମ୍ବରଙ୍କ ସହ ଅଞ୍ଚଳର ଚାଷୀ ଓ ସାଧାରଣ ଜନତା ପ୍ରମୁଖ ଉପସ୍ଥିତ ରହି ଜମି ହୁଡା ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ ।
( ରିପୋର୍ଟ- ସାନ୍ତନୁ କୁମାର ବେହେରା)

Leave A Reply

Your email address will not be published.