ଅବକ୍ଷୟର ଦ୍ବାର ଦେଶରେ ପ୍ରାଚୀନ ସଭ୍ଯତାର ଭାସ୍କର୍ଯ୍ଯ ।

0 393

ମାଲକାନଗିରି,୧୮/୦୬(ପିପିଟି);ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଜଳ ଭଣ୍ଡାରର ନିର୍ମାଣ ବେଳେ ପାଣି ଅନେକ ପ୍ରାଚୀନ ଭାସ୍କର୍ଯ୍ଯ ମନ୍ଦିର ଏବଂ ତତ୍କାଳିନ ରାଜବଂଶ ଦ୍ବାରା ନିର୍ମିତ କୀର୍ତ୍ତି ରାଜି ଜଳମଗ୍ନ ହୋଇଗଲା । ଏହା ବ୍ଯତୀତ ଉଚ୍ଚ ଉଚ୍ଚ ପାହାଡ ଘନ ଜଙ୍ଗଲ ଓ ବବଯହୁ ଆଦିବାସୀଜନ ବସତି ଗଭୀର ଜଳ ରାଶିରେ ଲିନ୍ନ ହୋଇ ଗଲା । ବର୍ତ୍ତମାନ ଚିତ୍ରକୋଣ୍ଡା ଜଳ ଭଣ୍ଡାରରେ ଜଳ ସ୍ତର ହ୍ରାସ ପାଇଲା ପରେ ଉକ୍ତ ଅବବାହିକା ଅଞ୍ଚଳରୁ ବହୁ ପ୍ରାଚୀନ ଦୁର୍ଲ୍ଲଭ ମୂର୍ତ୍ତି ଏବଂ ଏକ ପୁରାତନ ଭଗ୍ନ ଶୈବ ମନ୍ଦିର ଦେଖିବାକୁ ମିଳିଛି । କେଉଁ ପ୍ରାଚୀନ କାଳରେ ଏସବୁ ନିର୍ମିତ ହୋଇଛି ସଠିକ ତଥ୍ଯ ଦେବା ସମ୍ଭବ ନୁହେଁ । ୬ ଦଶନ୍ଧି ପରେ ଏହି ଶିବ ମନ୍ଦିର ତାହା କେହି ଜାଣି ନାହାନ୍ତି ହେଲେ ଦିର୍ଘ ୬ ଦଶନ୍ଦି ପରେ ପୁଣି ଥରେ ଏହି ପ୍ରାଚୀନ ଶିବ ମନ୍ଦିରଟିକୁ ଦେଖିବାକୁ ପାଇଛନ୍ତି ସ୍ବାଭିମାନ ଅଞ୍ଚଳର ଆଦିବାସୀ ଲୋକମାନେ। ହେଲେ ଉପଯୁକ୍ତ ରକ୍ଷଣ ବେକ୍ଷଣ ଅଭାବରୁ ଏହି ପ୍ରାଚୀନ ଦୁର୍ଲ୍ଲଭ ମୂର୍ତ୍ତିଗୁଡିକ ବିଲୁପ୍ତ ହେବାରେ ଲାଗିଛି । ଚିତ୍ରକୋଣ୍ଡା ଜଳ ଭଣ୍ଡାର ଭିତରେ ଶୈବ ପୀଠ । ତେବେ ଏହା ଏବକାର ନୁହେ କେଉଁ ପ୍ରାଚୀନ କାଳର ଏହି ସବୁ ମୂର୍ତ୍ତି ଏବେ ଦେଖିବାକୁ ମିଳିଛି ଜଳ ଭଣ୍ଡାର ଭିତରେ । କାରଣ ଜଳ ଭଣ୍ଡାର ନିର୍ମାଣ ହେବାର ୬ ଦଶନ୍ଧି ପରେ ଚଳିତ ବର୍ଷ ପ୍ରଥମ ଥର ଲାଗି ଏତେ ପରିମାଣର ଜଳ ସ୍ତର ହ୍ରାସ ପାଇଛି । ଫଳରେ ପଣସପୁଟ ପଞ୍ଚାୟତ ଅନ୍ତର୍ଗତ ଡମଗଡ ଗାଁ ନିକଟରେ ଦେଖିବାକୁ ମିଳିଛି ଏହି ଭଗ୍ନ ଶୈବ ମନ୍ଦିର । ହେଲେ କେବେ ଓ କେଉଁ ରାଜାଙ୍କ ଅମଳରେ ଏହି ଶୈବ ମନ୍ଦିର ନିର୍ମାଣ ହୋଇଥିଲା ତାହା କିନ୍ତୁ ସଠିକ ଜାଣି ନାହାନ୍ତି ଡମଗଡ ଗ୍ରାମବାସୀମାନେ । ଗ୍ରାମରେ ବାସ କରନ୍ତି ମାତ୍ର ୧୦ ଟି ଆଦିବାସୀ ପରିବାର ଯେଉଁମାନେ ଜଳ ଭଣ୍ଡାର ନିର୍ମାଣ ପରେ ବିସ୍ଥାପିତ ହୋଇ ଏଠାରେ ବସତି ସ୍ଥାପନ କରିଛନ୍ତି । ଏଠାରେ ଚାଷ ବାସ କରୁଥିବା ବେଳେ କିଛି ବର୍ଷ ପୂର୍ବେ ମାଟି ତଳୁ ଲୋକେ ୫ ଫୁଟ ଉଚ୍ଚତାର ଏକ ଗଣେଶ ମୂର୍ତ୍ତିଟିଏ ପାଇଥିଲେ । ଏହା ପରେ ଆଖ ପାଖରୁ ଏମିତି ଅନେକ ଛୋଟ ବଡ ଗରୁଡ, ଗଣେଶ, ଏବଂ ଅନ୍ୟାନ୍ଯ ମୂର୍ତ୍ତି ବାହାରିଛି । ଶିବଙ୍କ ବିରାଟ ପଥର ଚଉରା ଜଳ ଭଣ୍ଡାର ଭିତରେ ଥିବା ଏକ ପାହାଡ ଉପରେ ରହିଥିବା ଦେଖିବାକୁ ମିଳିଛି। ଏହା ସହ ବାଲିମେଳା ଜଳ ଭଣ୍ଡାର ଭିତରେ ଏକ ବିରାଟ ଶିବ ଲିଙ୍ଗ ପୋତି ହୋଇ ରହିଥିବା ଲୋକେ କୁହନ୍ତି ।ଐତିହାସିକ ପୃଷ୍ଠଭୂମିକୁ ରୋମନ୍ଥନ କଲେ ଜଣା ଯାଏ ଚିତ୍ରକୋଣ୍ଡା ଅଞ୍ଚଳଟିର ପ୍ରଚୀନ ନାମ କାମୁଦ୍ରୀ ନାମରେ ନାମିତଥିଲା । ଏହା ଏକ କ୍ଷୁଦ୍ର ରାଜ୍ଯ ଥିଲା । ଏଠାରେ ଗଙ୍ଗ ବଂଶର ରାଜାମାନେ ରାଜୁତି କରୁଥିଲେ ।ଗଙ୍ଗ ସାମ୍ରାଜ୍ଯର ରାଜୁତି କାଳରେ ମାଲକାନଗିରି ଏକ ସମ୍ରୁଦ୍ଧଶାଳୀ ପାର୍ବତ୍ଯ ରାଜ୍ଯ ଥିଲା । ଏହା କାମୁଦ୍ରୀ(କମ୍ବୁଦରୀ)
ନାମରେ କ୍ଷାତ ଥିଲା । ଦୁଇଟି ଶିଳଲେଖରୁ ଜଣାପଡିଛି ଯେ,ପାଣ୍ଡୁ ସିଂହ ରାଣୀ ଭଗବାନ ନୀଳକାମ୍ବେରଙ୍କୁ ଖ୍ରୀଷ୍ଟାଦ୍ଦ ୧୩୭୬ କନ୍ଦ କାମ୍ବରୁ ବା କାମ୍ବୁଦରୀକୁ ପ୍ରଦାନ କରିଥିଲେ । ଖ୍ରୀଷ୍ଟାଦ୍ଦ ୧୪୦୦ ରୁ ୧୮୭୨ ପର୍ଯ୍ଯନ୍ତ ଏହି କ୍ଷୁଦ୍ର ରାଜ୍ଯରେ ୨୬ ଜଣ ରାଜା ରାଜୁତିକରୁଥିଲେ । ଏହି ରାଜାମାନେ ଶୈବ ଭକ୍ତ ଥିବାରୁ ତତ୍କାଳ ସମୟରେ ସେହି ରାଜାମାନେ ଶିବ ମନ୍ଦିର ପ୍ରତିଷ୍ଠା କରିଥିଲେ । ୧୯୬୦ ମସିହାରେ ଚିତ୍ରକୋଣ୍ଡା ଜଳ ଭଣ୍ଡାର ନିର୍ମାଣ ହେଲା ପରେ ଏଠାରେ ଓଡିଶାର ୨ୟ ଶିବ ମନ୍ଦିରଟି ଜଳ ମଗ୍ନ ହୋଇ ପଡିଥଲା । ଶ୍ରୀ ଚୈତନ୍ଯ ନନ୍ଦପୁର ଗସ୍ତ ସମୟରେ ଏହି ପ୍ରାଚୀନ ଶିବ ମନ୍ଦିରକୁ ଦର୍ଶନ କରିଥିବା ଐତିହାସିକଙ୍କ ମତ ।୧୬୭୬ ଖ୍ରୀଷ୍ଟାବ୍ଦରେ ମାଲକାନଗିରି ରାଜ୍ଯଟି ଅର୍ଜ୍ଜୁନ ମଲ୍ଲକଙ୍କ ଦ୍ବାରା ରାଜୁତି ହେଉଥିଲା । ଜୟପୁର ରାଜା ୨ୟ କୃଷ୍ଣ ଚନ୍ଦ୍ର ଦେବ ଅର୍ଜ୍ଜୁନ ମଲ୍ଲିକଙ୍କୁ ହତ୍ଯା କରି ମାଲକାନଗିରି ରାଜ୍ଯକୁ ନିଜ ଅଧିନକୁ ନେଇଥିଲେ । ପରବର୍ତ୍ତି ସମୟରେ ମଲ୍ଲିକ ମର୍ଦ୍ଦନ ସିଂହ ଦେବ ନାମରେ ସେ କ୍ଷାତି ଅର୍ଜ୍ଜନ କରିଥିଲେ । କୁହାଯାଏ ତାଙ୍କ ନାମ ଅନୁସାରେ ଅର୍ଥାତ ମଲ୍ଲିକ ମର୍ଦ୍ଦନରୁ ମାଲକାନଗିରି ନାମକରଣ ହୋଇଛି ।ତାଙ୍କ ରାଜତ୍ବ କାଳରେ ସାବେରୀ ଏବଂ ସିଲେରୁ ନଦୀର ଅବବାହିକା ଅଞ୍ଚଳରେ ଛୋଟ ବଡ ଅନେକ ଶିବ ମନ୍ଦିର ନିର୍ମାଣ ହୋଇଥିଲା,ଯାହାକି ଭୂମି କର୍ଷଣ ବେଳେ ଲୋକ ଲୋଚନକୁ ଆସିଥାଏ । ବର୍ତ୍ତମାନ ପଣସ ପୁଟ ପଞ୍ଚାୟତର ଡମଗଡ ଗ୍ରାମ ଠାରେ ଖୋଲା ଆକାଶ ତଳେ ଏହି ସବୁ ପ୍ରାଚୀନ ମୂର୍ତ୍ତିଗୁଡିକ ପଡି ରହିଥିବା ବେଳେ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ତଥା ଉପଯୁକ୍ତ ରକ୍ଷଣା ବେକ୍ଷଣ ଅଭାବରୁ କ୍ରମଶଃ ବିଲିପ୍ତର ଦ୍ବାର ଦେଶରେ ପ୍ରାଚୀନ ଭାସ୍କର୍ଯ୍ଯ । ଏଥି ପାଇଁ ରାଜ୍ଯ ସରକାର ତଥା ପ୍ରତ୍ନତତ୍ତ୍ବ ବିଭାଗ ଦୃଷ୍ଟି ଦେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.