ହାତୀ ଆକ୍ରମଣରେ ଜଣେ ମୃତ; ଅନ୍ୟ ଜଣେ ଗୁରୁତର ।

0 1,292

ବେଲଗୁଣ୍ଠା,୧୦/୦୬(ପିପିଟି);ବେଲ ଗୁଣ୍ଠା ବ୍ଲକ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଦକ୍ଷିଣ ଘୁମୁସର ବନଖଣ୍ଡ ଅନ୍ତର୍ଗତ ବାଲିପଦର ସେକ୍ସନର ଜିଲିବା ଏବଂ ବଙ୍କା ଗ୍ରାମରେ ଆଜି ସକାଳୁ ହାତୀ ଆକ୍ରମଣରେ ପୃଥକ ଭାବରେ ଦୁଇଟି ଘଟଣା ଘଟିଛି, ଜିଲିବା ଗ୍ରାମରେ ସକାଳ ଭ୍ରମଣ ରେ ଆସୁଥିବା ବାଞ୍ଛାନିଧି ସେଠିଙ୍କୁ ହାତୀ ଦଳି ଦେବା ଫଳରେ ତାଙ୍କ ମୃତ୍ୟୁ ଘଟିଛି, ସେହିପରି ବଙ୍କା ଗ୍ରାମ ରେ ତିନିଜଣ ମହିଳା ନଦୀକୁ ଗାଧେଇ ଯାଇଥିବା ସେଠାରେ ହାତୀ ଆକ୍ରମଣ କରିବା ଫଳ ରେ ସବିତା ପରିଡା ନାମକ ଜଣେ ମହିଳା ଗୁରୁତର ହୋଇଛନ୍ତି, ସେ ଭଞ୍ଜନଗର ମେଡିକେଲ ରେ ଚିକିତ୍ସିତ ହେଉଛନ୍ତି । ବନ ବିଭାଗ ଓ ସ୍ଥାନୀୟ ପୁଲିସ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି। ଦକ୍ଷିଣ ଘୁମୁସର ବୁଗୁଡ଼ା ବନାଞ୍ଚଳ  ବାଲିପଦର ସେକ୍ସନରେ ଏବେ ହାତୀ ପଲଙ୍କ ଚଳପ୍ରଚଳ ଜାରି ରହିଥିବା ଜଣାପଡିଛି । ହାତୀ ଆକ୍ରମଣରେ ମୃତ୍ୟୁବରଣ କରିଥିବା ଜିଲିବା ଗ୍ରାମର ବାଞ୍ଛାନିଧି ପରିବାରକୁ ବନବିଭାଗ ତରଫରୁ ଶବ ସତ୍କାର ପାଇଁ ପାଞ୍ଚ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯାଇଛି ।

 

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.