ଜଗତସିଂହପୁର,୦୬/୦୬(ପିପିଟି);କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ପ୍ରତ୍ୟାହର ଦାବି ନେଇ ଆଜି ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ ଉଗାଳପୁର ଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । କେନ୍ଦ୍ର ସରକାର ପ୍ରଣୟନ କରିଥିବା ୩ଟି ତ୍ରୁଟିପୂର୍ଣ୍ଣ କୃଷି ଆଇନ ଚାଷୀ ମାନଙ୍କର ମେରୁଦଣ୍ଡ ଭାଙ୍ଗିବା ସହିତ ପୁଞ୍ଜିପତି ମାନଙ୍କୁ ଫାଇଦା ଦେଵାକୁ ପ୍ରସ୍ତୁତ କରାଯାଇଛି । ଏହି ତ୍ରୁଟିପୂର୍ଣ୍ଣ କୃଷି ଆଇନକୁ ବିରୋଧକରି ଦିଲ୍ଲୀରେ ଦୀର୍ଘ ଦିନ ହେବ ହଜାର ହଜାର ସଂଖ୍ୟାରେ କୃଷକ କେନ୍ଦ୍ର ସରକାର ବିରୋଧୀ ଧାରଣାରେ ସାମିଲ ହୋଇଥିବାବେଳେ ଅଖିଳ ଭାରତ କୃଷକ ସଭା ପକ୍ଷରୁ ଗତକାଲି ଓ ଆଜି ଦେଶବ୍ୟାପୀ ଚେତାବନୀ ସମାବେଶ କରାଯାଇଛି। ଜଗତସିଂହପୁର ଜୋନ କୃଷକ ସଭାର ସଭାପତି ନାରାୟଣ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଚେତାବନୀ ସମାବେଶରେ ଏଆଇଓ୍ଵାଇଏଫ୍ ରାଜ୍ୟ ଉପସଭାପତି ସତ୍ୟ ରଞ୍ଜନ ମହାନ୍ତି ,ନଟବର ନାୟକ, ଗଣେଶ ଜେନା, ଲକ୍ଷ୍ମୀଧର ସ୍ଵାଇଁ, ପ୍ରଭାକର ସାହୁ, ଚୌଧୁରୀ ପ୍ରତାପ ଭୋଇ ପ୍ରମୁଖ ଯୋଗ ଦେଇଥିଲେ ।
(ରିପୋର୍ଟ – ସୁକାନ୍ତ କୁମାର ମହାନ୍ତି । )