ମନ୍ତ୍ରୀଙ୍କ ଦ୍ୱାରା ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ।

0 262

ରାୟଗଡା,୦୬/୦୬(ପିପିଟି); ରାୟଗଡା ଜିଲ୍ଲା ମୁନିଗୁଡା ବ୍ଲକ ଅନ୍ତର୍ଗତ ଝାମରାଗୁଡା ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଏକ ଶହେ ଶଯ୍ୟା ବିଶିଷ୍ଟ ଛାତ୍ରୀ ନିବାସ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥିଭାବେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକାଙ୍କ କରକମଳରେ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ପୂର୍ତ୍ତ ବିଭାଗ ଅନୁଦାନରେ ଏକ ଶହେ ଶଯ୍ୟା ବିଶିଷ୍ଟ ନୂତନ ଛାତ୍ରୀ ନିବାସ ନିର୍ମାଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ । ଏହି ଅବସରରେ ରୀତିନୀତି ଅନୁସାରେ ବିଭିନ୍ନ ପୂଜାପାଠ ସହ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା।ମୁଖ୍ୟ ଅତିଥି ଭାବେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ରାଜ୍ୟ ଉପଦେଷ୍ଟା ସୁଧୀର କୁମାର ଦାସ,ମୁନିଗୁଡା ବିଜେଡି ସଭାପତି ରତନଲାଲ ଜୈନ,ଜିଲ୍ଲା ବିଜେଡି ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଗୌଡ଼,ସଂଗଠକ ବୃନ୍ଦାବନ ପାଢ଼ୀ,ପୂର୍ବତନ ଜିଲ୍ଲାପରିଷଦ ଉପାଧ୍ୟକ୍ଷା ଶକୁନ୍ତଳା ନୁଣ୍ଡରୁକା ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ମୁନିଗୁଡା ବ୍ଲକ ବିଜେଡି ଯୁବ ସଭାପତି ସିମାଞ୍ଚଳ ଦାସ,ଜିଲ୍ଲା ବିଜେଡି ଛାତ୍ର ସମ୍ପାଦକ ଅଶ୍ୱିନୀ ବେହେରା,ଉପସଭାପତି ଘନଶ୍ୟାମ ମାର୍ଥା ପ୍ରମୁଖଙ୍କ ସମେତ ଅନ୍ୟ ଦଳୀୟ ନେତା ଓ କର୍ମୀ ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.