ସାମ୍ବାଦିକ ଭୂମିକାଉପରେ ଭର୍ଚୁଆଲ ଆଲୋଚନା ଚକ୍ର।

0 246

ବୋଲଗଡ଼,୦୫/୦୬(ପିପିଟି), ଅନ୍ୱେଷଣ ଟ୍ରଷ୍ଟ ର ଆନୁକୂଲ୍ୟରେ ଭର୍ଚୁଆଲ ମୋଡରେ ଗଣମାଧ୍ୟମରେ ସାମ୍ବାଦିକ ଭୂମିକା ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପାଞ୍ଚଟି ଜିଲ୍ଲାର ଯଥା-କଟକ,ଖୋର୍ଦ୍ଧା, ନୟାଗଡ଼, ଦେବଗଡ,କୋରାପୁଟ ୧୫ଟି ବ୍ଳକର ୩୫ଜଣ କାର୍ଯ୍ୟ ରତ ସାମ୍ବାଦିକ ଭାଗନେଇଥିଲେ। ଆଲୋଚନା ଚକ୍ରରେ ବରିଷ୍ଠ ଆଡଭୋକେଟ ଯଜାତି କେଶରୀ ପଟ୍ଟନାୟକ(ବାଙ୍କି), ଅଜିତ ପଟ୍ଟନାୟକ (ଖୋର୍ଦ୍ଧା),ବିଶିଷ୍ଟ ଲେଖକ ଚନ୍ଦ୍ରବିଜୟୀ ମିଶ୍ର, ଇଂଜିନିୟର ସତ୍ୟନାରାୟଣ ସାମନ୍ତ, ଉତ୍କଳ ସାମ୍ବାଦିକ ସଂଘର ସଭାପତି ବିଭୁତି ଭୂଷଣ କର,ବିଶିଷ୍ଟ ସମାଲୋଚକ ଗିରିଜା ପ୍ରସାଦ ପଟ୍ଟନାୟକ, ସମାଜସେବୀ ଦେବୀପ୍ରସାଦ ମହାନ୍ତି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ। ଆଲୋଚନା ରେ ସାମ୍ବାଦିକ ମାନେକିଭଳି ପରିସ୍ଥିତି ରେ ମୁକାବିଲା କରି ରାଜନୈତିକ ଓ ବିଭିନ୍ନ ଅସାମାଜିକ ବ୍ୟକ୍ତିଙ୍କର ଚାପରେ ରହି ସମ୍ବାଦ ସଂଗ୍ରହ କରୁଛନ୍ତି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ଆଡଭୋକେଟ ଅଜିତ୍ ପଟ୍ଟନାୟକ ଭାରତ ଗଠନ ଦୃଷ୍ଟି ରୁ ସାମ୍ବାଦିକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ, ସଠିକ ସମ୍ବାଦ ପରିବେଷଣ ନକଲେ ସମାଜ ଦିଗହରା ବୋଲି ପ୍ରକାଶ କରିଥିଲେ। ପରିଶେଷରେ ଇଂଜିନିୟର ସତ୍ୟନାରାୟଣ ସାମନ୍ତ ପ୍ରତେକ ସମ୍ବାଦ ସତ୍ୟ,ଅନୁସନ୍ଧାନ ମୂଳକ ଏବଂ ବାସ୍ତବଧର୍ମୀ ହେଲେ ଜନସାଧାରଣଙ୍କ ପାଖରେ ସଠିକ ସୂଚନା ପହଞ୍ଚିପାରିବ ସେଥିପାଇଁ ଗୁରୁତ୍ବ ଆରୋପ କରିଥିଲେ। ଉକ୍ତ ଆଲୋଚନା ତରଫରୁ ସାମ୍ବାଦିକଙ୍କ ଜନ ଜୀବନ ଓ ସେମାନଙ୍କର ନିରାପତ୍ତାକୁ ଆଖି ଆଗରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ଉଚିତ ପଦକ୍ଷେପ ଗ୍ରହଣ କରିବା ପାଇଁ ଦାବୀ କରାଯାଇଥିଲା।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.