ଅଜା ଘରକୁ ବୁଲି ଆସିଥିଲେ :ଗାଧୋଇବା ବେଳେ ବନ୍ଧରେ ବୁଡି ହୋଇ ଦୁଇ ଭାଇଙ୍କ ମୃତ୍ୟୁ ।

0 318

ବାଲିଗୁଡା,୦୪/୦୬(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ. ନୂଆଗାଁ ବ୍ଲକ ସାରଙ୍ଗଗଡ ଥାନା ଗୁଟିଙ୍ଗିଆ ପଞ୍ଚାୟତ ମଲିକ ପଡ଼ି ଗ୍ରାମରେ ଆଜି ଏକ ଅଘଟଣ ଘଟିଛି। ଉକ୍ତ ମଲିକ ପଡ଼ି ଗ୍ରାମକୁ ଟିକାବାଲି ଥାନା ବାଲିଗାଡା ଗ୍ରାମର ମଦନ ମୋହନ ପ୍ରଧାନଙ୍କ ଦୁଇ ପୁଅ ମିହିର କାନ୍ତ ପ୍ରଧାନ(୧୫) ଓ ସାନ ଭାଇ କାମାକ୍ଷା ପ୍ରଧାନ (୧୩) ଅଜାଙ୍କ ଘରକୁ ବୁଲି ଆସିଥିଲେ । ହେଲେ ଶୁକ୍ରବାର ସକାଳେ ବନ୍ଧକୁ ସାଙ୍ଗ ସାଥି ହୋଇ ଗାଧୋଇବା ପାଇଁ ଯାଇଥିଲେ। ଅଧିକ ପାଣି ଥିବା ଯୋଗୁଁ ବୁଡ଼ି ଯାଇଥିଲେ । ସଙ୍ଗେ ସଙ୍ଗେ ଏହି ଅଘଟଣ ପରିବାର ଓ ମାମୁଁମାନେ ଜାଣିବା ପରେ ଗ୍ରାମ ଲୋକଙ୍କ ସାହାଯ୍ୟରେ ଦୁଇ ଭାଇଙ୍କୁ ଉଦ୍ଧାର କରି ଗୁଟିଙ୍ଗିଆ ମେଡ଼ିକାଲକୁ ନେଇ ଥିଲେ କିନ୍ତୁ ସେଠାରେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ସାରଙ୍ଗଗଡ ଥାନାର ସେକେଣ୍ଡ ଅଫିସର କୃଷ୍ଣ ଚନ୍ଦ୍ର ଗୌଡ଼ ତଦନ୍ତ ଭାର ଗ୍ରହଣ କରିଥିବା ବେଳେ ଏକ ଅପମୃତ୍ୟୁ ମାମଲା ୧/୨୧ ଋଜୁ କରାଯାଇଛି। ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଦୁଇ ଭାଇଙ୍କ ଶବ ବ୍ୟବଚ୍ଛେଦ କରାଯାଇ ପରିବାରକୁ ହସ୍ତାନ୍ତର କରାଯାଇଥିବା ଥାନାଧିକାରୀ ଅନିତା କିଡୋ ସୂଚନା ଦେଇଛନ୍ତି।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.