ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ଵାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ।

0 458

ଶେରଗଡ ,୨୯/୦୫(ପିପିଟି); ଘାତକ ସାଜିଛି କରୋନାର ଦ୍ୱିତୀୟ ଲହରୀ, ସଂକ୍ରମିତଙ୍କ ସଂଖ୍ୟା ବଡି ଚାଲିଥିବା ବେଳେ ପ୍ରତିଦିନ ଗଡୁଛି ଶହ ଶହ ମୁଣ୍ଡ । ଗାଁ ଗଣ୍ଡାରେ ମଧ୍ୟ ଘରେ ଘରେ ଜ୍ୱର ଥଣ୍ଡା ରେ ଆକ୍ରାନ୍ତ ହୋଇ ପଡିଛନ୍ତି ଲୋକେ । ଏପରି ଘଡି ସନ୍ଧି ସମୟରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଗାଁ ଗଣ୍ଡାରେ ନିଯୁକ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦେଖା ମିଳୁ ନଥିବାରୁ ସ୍ୱାସ୍ଥ୍ୟ ସେବା ପାଇବାରୁ ଲୋକେ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ଏପରି ଅବସ୍ଥା ଦେଖିବାକୁ ମିଳିଛି ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ଶେରଗଡ଼ ବ୍ଲକ ଅନ୍ତର୍ଗତ ନରେନ୍ଦ୍ରପୁର ଗ୍ରାମ ପଞ୍ଚାୟତରେ । ବିପର୍ଯ୍ୟସ୍ତ ଅବସ୍ଥାରେ ପଡିଛି ସ୍ୱାସ୍ଥ୍ୟଉପ କେନ୍ଦ୍ର ।ଦାୟିତ୍ୱରେ ଥିବା ଏ. ଏନ.ଏମ ଦିଦିଙ୍କ ମନମୁଖୀ କାର୍ଯ୍ୟ ଓ ମାସକୁ ମାତ୍ର ଗୋଟିଏ ଦିନ ଉପସ୍ଥିତ ରହିବା ଯୋଗୁଁ ପଞ୍ଚାୟତ ବାସୀ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଗ୍ରାମବାସୀ କହିଛନ୍ତି । ତେବେ ଏ.ଏନ.ଏମ ଦିଦିଙ୍କ ଯୁକ୍ତି ଅଜବ, ପଞ୍ଚାୟତ ଅଫିସ ମଧ୍ୟରେ ସ୍ୱାସ୍ଥ୍ୟ ଉପ କେନ୍ଦ୍ର ରହିଛି ହେଲେ ଗ୍ରାମସେବକ ଗେଟ ଚାବି ଦେଉ ନାହାଁନ୍ତି ରୁମରେ ଫ୍ୟାନ ନାହିଁ ଚୋରି ହୋଇ ଯାଇଛି ମୁଁ ସେଠି କେମିତି ରହିବି। କରୋନା ମହା ମାରି ସମୟରେ ଲୋକେ ରୋଗରେ ପିଡୀତ ହୋଇ ଔଷଧ ପାଇଁ ଡହଳ ବିକଳ ହୋଉଥିବା ବେଳେ ଏ. ଏନ.ଏମ ଦିଦିଙ୍କ ସ୍ୱାସ୍ଥ୍ୟ ଉପ କେନ୍ଦ୍ରରେ ଉପସ୍ଥିତ ନ ରହିବା କେବଳ ମାସକୁ ଗୋଟିଏ ଦିନ ଛୁଆଙ୍କୁ ଟୀକା କରଣ ପାଇଁ ଆସୁଥିବାରୁ ସ୍ୱାସ୍ଥ୍ୟ ସେବାରୁ ଲୋକେ ବଞ୍ଚିତ ହେଉଛନ୍ତି । ଏ.ଏନ.ଏମ ଦିଦି ସ୍ୱାସ୍ଥ୍ୟ ଉପ କେନ୍ଦ୍ର ଛାଡ଼ି ଅଙ୍ଗନବାଡ଼ି କେନ୍ଦ୍ରରେ ଛୁଆ ଙ୍କୁ ଟୀକା ଦେଉଛନ୍ତି । ଏ ନେଇ ମୁଖ୍ୟ ଚିକିତ୍ସା ଅଧିକାରିଣୀ ସାନୁ ଦେବୀଙ୍କୁ ପଚାରିବାରୁସେ ନିଜ ଚେୟାର ଛାଡ଼ି ଚାଲି ଯାଇଥିଲେ। ଏହା ସରକାରଙ୍କ ୫ଟି କାର୍ଯ୍ୟକ୍ରମ ର ଉପହାସ ଓ ହାସ୍ୟାସ୍ପଦ ନୁହେଁ ତ ଆଉ କଣ ସାଧାରଣ ରେ ଆଲୋଚନା ହୋଉଛି ଯେ ୫ଟି ନାମକୁ ମାତ୍ର ଓ ଲୋକ ଦେଖାଣିଆ ଯଦି ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସ୍ୱାସ୍ଥ୍ୟ ସେବା ଏତେ ବିପର୍ଯ୍ୟସ୍ତ ତେବେ ଅନ୍ୟ ସ୍ଥାନରେ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା କେମିତି ମିଳୁ ଥିବ ତାହା ସହଜରେ ଅନୁମେୟ ହେଉଛି ।
(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.