ମାଲକାନଗିରି,ତା:୨୭/୦୫(ପିପିଟି); କଥାରେ ଅଛି କ୍ରୋଧ ପରମ ଚଣ୍ଡାଳ ।କ୍ଷଣିକ ଉତ୍ତେଜନାରେ ପରିସ୍ଥିତି ବଦଳିଯାଏ । ମଣିଷ ଶେଷରେ ଦୋଶୀ ସାବ୍ଯସ୍ତ ହୋଇ ଜେଲ ଦଣ୍ଡ ଶୋଗିବାକୁ ବାଧ୍ଯ ହୋଇଥାଏ । ଏମିତି ଏକ ଘଟଣା ଅଭାବନୀୟ ଘଟଣା ଘଟିଛି କାଲିମେଳା ବ୍ଲକର ଏମ ଭି ୭୯ ଥାନା ଅନ୍ତର୍ଗତ ତଣ୍ଡାବାଇ ଗ୍ରାମରେ।ସ୍ୱାମୀର ମାଡେ ନିଜ ସ୍ତ୍ରୀ କରିଛି ମୃତ୍ୟୁ ବରଣ।ପ୍ରାପ୍ତ ସୂଚନା ଅନୁସାରେ ତଣ୍ଡାବାଇ ଗ୍ରାମର ସୁରେଶ ମାଡକାମୀଙ୍କ ସ୍ତ୍ରୀ ସାଇ ମାଡକାମୀ ଘର ନିକଟରେ ଥିବା ଅଳିଆ ଆବର୍ଜନାରେ ନିଆଁ ଲଗାଇ ପୋଡିଥିବା ବେଳେ ପବନରେ ଉକ୍ତ ଅଳିଆ ଗଦାରୁ ନିଆଁ ଉଡିଯାଇ ପଡିଶା ସଙ୍ଗେ ମାଡକାମୀଙ୍କ ଘରେ ଲାଗି ଘରଟି ସପୂର୍ଣ୍ଣ ପୋଡି ଭସ୍ମିଭୂତ ହୋଇଯାଇଥିଲା । ସ୍ୱାମୀ ସୁରେଶ ମାଡକାମୀ ଏକଥା ଜାଣିଲା ପରେ ସେ ହଠାତ କ୍ରୋଧାନ୍ମିତ ହୋଇ ପାଖରେ ପଡିଥିବା ଏକ ଇଟା ଉଠାଇ ନିଜ ସ୍ତ୍ରୀ ସାଇ ଉପରକୁ ଫୋପାଡିଥିଲା । ଇଟା ଖଣ୍ଡଟି କ୍ଷୀପ୍ର ଗତିରେ ଯାଇ ସାଇର କପାଳକୁ ଆଘାତ କରିଥିଲା । ଫଳରେ ସାଇର ମୁଣ୍ଡଟି ଫାଟି ପ୍ରଚୁର ରକ୍ତ ସ୍ରାବ ହେବା ସହ ଅଚେତ ହୋଇ ପଡିଥିଲା । ପର ଦିନ ଖବର ପାଇ ସାଇର ଭାଇ ଚିକିତ୍ସା ଲାଗି ଏମଭି-୭୯ ହସ୍ପିଟାଲକୁ ନେବା ବାଟରେ ସେ ମୃତ୍ୟୁ ବରଣ କରିଥିଲା । ଏ ନେଇ ସାଇ ମାଡକାମୀର ଭାଇ ଏମଭି-୭୯ ଥାନାରେ ଲିଖିତ ଅଭିଯୋଗ କଲା ପରେ ଅଭିଯୁକ୍ତ ସୁରେଶ ନାମରେ ଏକ ହତ୍ଯା ମାମଲା ଏମଭି-୭୯ ଥାନା କେଶ ନଂ :୪୭/୩୦୨/୨୦୨୧ ଅନୁସାରେ ଋଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଶୋକ କୁମାର ବିଶୋଇ ପ୍ରକାଶ କରିଛନ୍ତି ।
(ରିପୋର୍ଟ :ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)
Prev Post