ବିଧାୟକଙ୍କ ଦ୍ଵାରା ରନ୍ଧା ଖାଦ୍ୟ ବଣ୍ଟନ ।

0 280

ବେଲଗୁଣ୍ଠା,୨୫/୦୫(ପିପିଟି); କରୋନା ସମୟରେ ଲକ୍ ଡାଉନ୍ ଗରିବ ଓ ନିରାଶ୍ରୟ ଙ୍କୁ ହତାସ କରୁଥିବା ବେଳେ ଅସହାୟ ମାନଙ୍କୁ ବେଲଗୁଣ୍ଠା ସହରରେ ଆଜି ସୋରଡା ବିଧାୟକ ପୁର୍ଣ୍ଣଚନ୍ଦ୍ର ସ୍ୱାଇଁ ଏକ ପ୍ରକାର ନିଆରା ଢଙ୍ଗରେ ଦେବ ଦୂତ ସାଜି ନିରାଶ୍ରୟ ତଥା ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରିଛନ୍ତି । ଆଜି ସକାଳ ୧୧.୩୦ ମି ସମୟରେ ବିଧାୟକ ଶ୍ରୀ ସ୍ୱାଇଁ ବେଲଗୁଣ୍ଠାରେ ପହଞ୍ଚି ନୃସିଂହ ମନ୍ଦିର ନିକଟରେ ବସିଥିବା କିଛି ଅସହାୟ, ନିରାଶ୍ରୟ ଓ ଗରିବ ଶ୍ରେଣୀର ଲୋକଙ୍କୁ ରନ୍ଧା ଖାଦ୍ୟ, ମାସ୍କ ଓ ସାନିଟାଇଜର ବାଣ୍ଟିଥିଲେ । ଏଥି ସହିତ ସାମାଜିକ ଦୂରତ୍ୱ ରକ୍ଷା କରିବା,ବାରମ୍ବାର ହାତ ଧୋଇବା, ସହରରେ ଅଯଥା ଗହଳି ନ କରିବା,ମାସ୍କ ପିନ୍ଧିବା ନେଇ ସଚେତନ କରାଇଥିଲେ ।ଏଥିରେ ପାୱାର କ୍ଳବ୍ ର ସମସ୍ତ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକୁ ତ୍ବରାନ୍ବିତ କରିଥିବା ବେଳେ ବିଧାୟକ ଶ୍ରୀ ସ୍ୱାଇଁଙ୍କ ସହିତ ପୂର୍ବତନ ନଗର ପାଳ ଚନ୍ଦ୍ରମଣି ସାମଲ, ଡାକ୍ତର ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ପ୍ରକାଶ ସାହୁ(ଲିଖୁ),ସୁରେଶ ସୁବୁଦ୍ଧି, ଆମ୍ବପୁଆ ସରପଞ୍ଚ ପ୍ରମୋଦ ପ୍ରଧାନ, କାହ୍ନା ପାଣଗ୍ରାହୀ,ସନ୍ତୋଷ ସୁବୁଦ୍ଧି ପ୍ରମୁଖ ଉପସ୍ଥିତ ଥିଲେ । ଏହି ମହତ କାର୍ଯ କୁ ସଦା ଜାଗ୍ରତ ରଖି ବା ପାଇଁ ବିଧାୟକ ପାୱାର କ୍ଳବ୍ ର ସମସ୍ତଙ୍କୁ ଉପଦେଶ ଦେଇଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.