ରାୟଗଡା,୨୨/୦୫(ପିପିଟି); ରାମନାଗୁଡ଼ା ବ୍ଲକ ମୁଖ୍ୟ ବଜାରରେ ଚପଲ ଦୋକାନ କରିଥିବା ଯୁବ ବ୍ୟବସାୟୀ ମାଲା ସନ୍ତୋଷ ମ୍ୟାଲେରିଆରେ ପୀଡିତ ଥିଲେ,ଆଜି ଗୁରୁତର ହେବାରୁ ତାଙ୍କୁ ରାମନାଗୁଡ଼ା ୧୦୮ ଆମ୍ବୁଲାନ୍ସ ଯୋଗେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆ ଯାଇଥିଲା,ମାତ୍ର ଡାକ୍ତର ଭେଙ୍କେଟେଶ୍ବର ପୃଷ୍ଟି ତାଙ୍କୁ ମୃତ ଘୋଷଣା କରିଥିଲେ। ମେଡିକାଲରୁ ଶବଆଣି ସଂସ୍କାର କରିବାକୁ କେହିଜଣେ ଆସିଲେ ନାହିଁ,ଏପରିକି ନିଜଲୋକ ମଧ୍ୟ କରୋନା ଭୟରେ ଆସିଲ ନାହିଁ। ତେଣୁ ବ୍ୟବସାୟୀ ସଂଘ କର୍ମକର୍ତ୍ତା ଗୁଣୁପୁରରୁ ସ୍ବେଛାସେବୀକୁ ଡକାଇ ଦାହ ସଂସ୍କାର କରାଇଥିଲେ। ରାମନାଗୁଡ଼ା ନିକଟସ୍ଥ ଖିଲାପଦର ଗ୍ରାମରେ ମାଲା ସନ୍ତୋଷ ରହୁଥିବାରୁ,ଖିଲାପଦର ଗ୍ରାମବାସୀ ବାଦାନ୍ୟତା ଦେଖାଇ କାଠର ବ୍ୟବସ୍ଥା କରିଥିଲେ। ସନ୍ତୋଷ ପରିବାରର ଏକମାତ୍ର ପୁଅ ଥିଲେ,ତାଙ୍କର ୨ଟି ଛୋଟ ଛୋଟ ଝିଅ ଅଛନ୍ତି।ବିଧବା ପତ୍ନୀ କିପରି ଶଶୁର ଶାଶୁ ୨ଝିଅକୁ ଧରି ଚଳିବେ, ତାହା ଚିନ୍ତାର ବିଷୟ ବୋଲି ବୈଶ୍ୟ ସଙ୍ଘର କର୍ମକର୍ତ୍ତା ପ୍ରକାଶ କରିଛନ୍ତି।
(ରିପୋର୍ଟ- ନବୀନ ନାୟକ ବେହେରା। )