ମାଲକାନଗିରି,ତା:୨୨/୦୫(ପିପିଟି); କାଳ ବୈଶାଖୀ ହେଲା କାଳ,ବଜ୍ରପାତରେ ବଜ୍ରପାତରେ ଜଣେ ଯୁବକର ହେଲା କାଳ । ଗତ କାଲି ସଂଧ୍ଯା ସମୟରେ କାଲିମେଳା ଅଞ୍ଚଳରେ କାଳ ବୈଶାଖୀ ଯୋଗୁଁ ଘଡ ଘଡି ଓ ବର୍ଷା ଅଚାନକ ଆରମ୍ଭ ହେବା ବେଳେ ଏକ ଯୁବକ ଉପରେ ବଜ୍ରପାତ ହେବାରୁ ଘଟଣା ସ୍ଥଳରେ ମୃତ୍ଯୁ ଘଟିଥିବା ଜଣା ପଡିଛି । ଘଟଣାରୁ ପ୍ରକାଶ ଯେ, କାଲିମେଳା ବ୍ଲକ ଅନ୍ତର୍ଗତ ଗୁମୁକା ପଞ୍ଚାୟତ ନିକଟସ୍ଥ ଏମଭି-୧୦ ଗ୍ରାମର ନିରଞ୍ଜନ ବୈରାଗୀଙ୍କ ପୁଅ ବଲାଇ ବୈରାଗୀ(୩୨) ସଂଧ୍ଯା ସମୟରେ ଅଚାନକ କଳାହାଣ୍ଡିଆ ମେଘ ସହ ଘଡଘଡି ବର୍ଷା ଆସିବାର ଆଶଙ୍କା କରି ନିଜର ନଡା ଛପର ଘର ଉପରକୁ ଉଠି ତାଳ ବରଡା ଦ୍ବାରା ଚାଳିଆରେ ଖୁଞ୍ଚା ମାରୁଥିଲା ବେଳେ ବଲାଇଙ୍କ ଉପରେ ହଠାତ ବଜ୍ରପାତ ହୋଇଥିଲା । ଫଳରେ ବଲାଇ ଶରୀର ପୋଡିଯିବା ସହ ସେ ଘଟଣାସ୍ଥଳରେ ମୃତ୍ୟୁ ବରଣ କରିଥିଲେ ।ବଲାଇ ଏକ ମାତ୍ର ରୋଜଗାରିଆ ପୁଅ ହୋଇଥିବାରୁ ତାଙ୍କ ବିୟୋଗରେ ପରିବାର ଲୋକମାନେ ମର୍ମାହତ ଏବଂ ଗଭୀର ଶୋକାକୁଳ ଅବସ୍ଥରେ ରହିଛନ୍ତି । ଏ ସଂପର୍କରେ ସ୍ଥାନୀ ପଟେରୁ ଫାଣ୍ଡିରେ ସୂଚନା ଦେଲା ପରେ ଆଜି ଶବକୁ ଜବତ କରାଯାଇ ବ୍ଯବେଛେଦର ବ୍ଯବସ୍ଥା କରାଯାଉଛି ।ସରକାର ତୁରନ୍ତ ଗରିବ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ଦେବାକୁ ନିବେଦନ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)