ସାଂସଦ ରମେଶ ମାଝୀଙ୍କ କୋଭିଡ ହସ୍ପିଟାଲ ପରିଦର୍ଶନ ।

0 384

ମାଲକାନଗିରି,୨୧/୦୫(ପିପିଟି); ନବରଙ୍ଗପୁର ସାଂସଦ ରମେଶ ମାଝୀ ମାଲକାନଗିରି ଜିଲ୍ଲାରେ କରୋନାର ସ୍ଥିତି ଏବଂ କୋଭିଡ ହସ୍ପିଟାଲ ଗୁଡିକରେ କରୋନା ସଂକ୍ରମିତ ରୋଗୀମାନଙ୍କୁ କିପରି ସ୍ବାସ୍ଥ୍ଯ ସେବା ଯୋଗାଇ ଦିଆ ଯାଉଛି, ସେ ସଂପର୍କରେ ଅନୁଧ୍ଯାନ କରିବା ଲାଗି ବିଭିନ୍ନ କୋଭିଡ ହସ୍ପିଟୀଲ ଏବଂ କେୟାର ସେଣ୍ଟରଗୁଡିକୁ ପରିଦର୍ଶନ କରିଥିଲେ । ଶ୍ରୀ ମାଝୀ ପ୍ରଥମେ ମାଲକାନଗିରି ସଦର ମହକୁମା ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲ ପରିଦର୍ଶନ କଲା ପରେ କାଙ୍ଗୁରକୋଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରିଥିଲେ। କାଲିମେଳା ବ୍ଲକ ଅନ୍ତର୍ଗତ କାଙ୍ଗୁରକୋଣ୍ଡା ଟିଏମସି କେନ୍ଦ୍ର ପରିଦର୍ଶନ କରି ସେଠାରେ ଥିବା ସ୍ବାସ୍ଥ୍ଯ ଅଧିକାରୀଙ୍କ ସହ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଷୟରେ ପଚାରି ବୁଝିବା ସହ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଆଲୋଚନା କରିଥିଲେ । ଏହାପରେ ସଦର ମହକୁମା ସ୍ଥିତ ଜିଲ୍ଲା କୋଭିଡ ହସ୍ପିଟାଲରେ ପହଞ୍ଚି ସ୍ଥିତି ଅନୁଧ୍ଯାନ କରିବା ସହ ଡାକ୍ତରଙ୍କ ସହିତ ଆଲୋଚନା କରିଥିଲେ । ରୋଗୀଙ୍କୁ କିଭଳି ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ପରାମର୍ଶ ଦେବା ସହ ଏବଂ ହସ୍ପପିଟାଲର ଆବଶ୍ଯକ ସମସ୍ୟା ଉପରେ ପଚାରି ଅବଗତ ହୋଇଥିଲେ ।ଯଥା ସମ୍ଭବ ମାଲକାନଗିରି ଜିଲ୍ଲାକୁ କରୋନା ମୁକ୍ତ କରିବା ପାଇଁ ସମସ୍ତେ ଆପ୍ରାଣ ଉଦ୍ଯମ କରିବାକୁ ସେ ଆହ୍ବାନ କରିଥିଲେ ।
(ରିପୋର୍ଟ:ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.