ଘରୋଇ କଳିରୁ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ ।

0 508

ଭଞ୍ଜନଗର,୨୧/୦୫(ପିପିଟି);ଭଞ୍ଜନଗର ଥାନା ଅନ୍ତର୍ଗତ ବଡ ପଥରା ଗ୍ରାମରେ ଘରୋଇ କଳିକୁ ନେଇ ଜଣେ ମହିଳା ନିଜ ଦେହରେ କିରୋସିନୀ ଢାଳି ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡ଼ିଛି। ସୂଚନା ମୁତାବକ ଏହି ଗ୍ରାମର ସନ୍ତୋଷ ସ୍ୱାଇଁଙ୍କ ପତ୍ନୀ ସଙ୍ଗିତା ସ୍ୱାଇଁ ଓ ସାନବୋହୁ ଅମିତା ସ୍ୱାଇଁ ମଧ୍ୟରେ ପୂର୍ବରୁ ଅଧିକାଂଶ ସମୟରେ କଳହ ଲାଗିରହିଥିବା ବେଳେ ଆଜି ସକାଳେ ସଙ୍ଗିତା ନିତ୍ୟ କର୍ମ ସାରି ତୁଳସୀ ଚଉରା ନିକଟରେ ପୂଜା କରୁଥିବା ବେଳେ ସାନବୋହୁ ଅମିତା ତାକୁ ଆକ୍ଷେପ କରି କିଛି କଥା କହିବାରୁ ଉଭୟଙ୍କ ମଧ୍ୟରେ କଥା କଟାକଟି ଓ ହାତାହାତି ଯାଏଁ କଥା ପହଞ୍ଚିଥିଲା।ଏଥିରେ ବ୍ୟଥିତ ହୋଇ ବଡବୋହୁ ସଙ୍ଗିତା ଆତ୍ମହତ୍ୟା ଉଦ୍ୟମ କରିଥିବା ଜଣାପଡିଛି। ତାର ଚିତ୍କାର ଶୁଣି ପରିବାର ଲୋକେ ତାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଭଞ୍ଜନଗର ମେଡିକାଲରେ ଭର୍ତ୍ତି କରିଥିଲେ।ସଂଗୀତାର ଶରୀର ର ଅଧିକାଂଶ ଭାଗ ପୋଡ଼ିଯାଇଥିବାରୁ ପ୍ରଥମିକ ଚିକିତ୍ସା ପରେ ବ୍ରହ୍ମପୁର ଓ ସେଠାରୁ କଟକ ମେଡ଼ିକାଲ ସ୍ଥାନାନ୍ତର କରା ଯାଇଥିବା ଜଣାପଡିଛି।କିଛି ଲୋକ ସଙ୍ଗିତାକୁ ଘରର ଅନ୍ୟ କେହି ନିଆଁ ଲଗାଇ ଦେଇଥିବା କହୁଥିବା ବେଳେ ଥାନାରେ ବର୍ତ୍ତମାନ ସୁଦ୍ଧା ଅଭିଯୋଗ ହୋଇ ନଥିବାରୁ କୌଣସି ସଠିକ ତଥ୍ୟ ମିଳିପାରିନାହିଁ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.