କରୋନାରୁ ସୁସ୍ଥ ହେଲେ ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ।

0 250

ବେଲଗୁଣ୍ଠା,୨୧/୦୫(ପିପିଟି);କରୋନାର ଦ୍ୱିତୀୟ ଲହରରେ ସଂକ୍ରମିତ ହୋଇ ଦୀର୍ଘ ଦିନ ଚିକିତ୍ସିତ ହୋଇ ଆରୋଗ୍ୟ ଲାଭ କରିଛନ୍ତି ବେଲଗୁଣ୍ଠା ପ୍ରେସ୍ କ୍ଳବ୍ ସଭାପତି ତଥା ବେଲଗୁଣ୍ଠା ବ୍ଳକ୍ ସମ୍ବାଦ ପ୍ରତିନିଧି ପ୍ରଦ୍ୟୁମ୍ନ ପାତ୍ର । ଶରୀରରେ ଲକ୍ଷଣ ପ୍ରକାଶ ପାଇବାରୁ ସେ ଗତ ୧ ତାରିଖ ଦିନ କୋଭିଡ୍ ପରୀକ୍ଷା କରାଇଥିଲେ ଏବଂ ରିପୋର୍ଟ ପଜିଟିଭ୍ ଆସିଥିଲା ।ପରେ ସେ କିଛି ଦିନ ହୋମ୍ ଆଇସୋଲେସନ୍ ରେ ଥିଲେ । କିନ୍ତୁ ୪/୫ ଦିନ ପରେ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତୁରନ୍ତ ପ୍ରଶାସନକୁ ଖବର ଦେଇ ଭଞ୍ଜନଗର କୋଭିଡ୍ କେୟାର ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ତାଙ୍କର ଚିକିତ୍ସା ହେଉଥିଲା ।
ଚିକିତ୍ସିତ ହେବା ସମୟରେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ୍, ବେଲଗୁଣ୍ଠା ତହସିଲଦାର ସରୋଜ କୁମାର ବେହେରା, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶଶିଭୁଷଣ ମହାପାତ୍ର ଓ ନୀର୍ବାହୀ ଅଧିକାରୀ ରାକେଶ କୁମାର ପାତ୍ର ପ୍ରମୁଖ ପ୍ରେସ୍ କ୍ଳବ୍ ସଭାପତି ଶ୍ରୀ ପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦେଇଥିଲେ । ଗତକାଲି ସେ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ଦେଇଛନ୍ତି ।ପ୍ରଭୁ ଲକ୍ଷ୍ମୀ ନୃସିଂହଙ୍କ ଆଶୀର୍ବାଦ,ନିଜ ସହଯୋଗୀ ମାନଙ୍କ ଭଲ ପାଇବା ଓ ପ୍ରଶାସନିକ ଓ ଚିକିତ୍ସାଧିକାରୀ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା। )

Leave A Reply

Your email address will not be published.