ହିଞ୍ଜିଳିକାଟୁ ରେ ଘରକୁ ଘରବୁଲି ଥର୍ମାଲ ଓ ଅକ୍ସିଜେନ ଟେଷ୍ଟ ।

0 379

ହିଞ୍ଜିଳିକାଟୁ,୧୯/୦୫(ପିପିଟି); ଆଜି ହିଂଜିଳି କାଟୁ ପୌରପରିଷଦ ତରଫରୁ ହିଂଜିଳି ଅଞ୍ଚଳର ବିଭିନ୍ନ ୱାଡ଼ର୍ରେ ବୁଲି ବୁଲି ଥାର୍ମାଲସ୍କ୍ରିନିଂ ଓ ଅକ୍ସିଜେନ ଚେକ କରାଯାଇଛି । ପୌରପରିଷଦ କାର୍ଯ୍ଯନିର୍ବାହୀ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ ନେତୃତ୍ୱରେ ସାହିସାହି ବୁଲି ସ୍ବଚ୍ଛସାଥି ,ସ୍ବଚ୍ଛ ସୁପରଭାଇଜର , ପୌରପରିଷଦ କର୍ମଚାରୀ ମେଡ଼ିକାଲ କର୍ମଚାରୀ ପ୍ରକଳ୍ପ ଶିଶୁ ଓ ମହିଳା ବିକାଶ ଅଧିକାରୀଣି ଶୁଭଶ୍ରୀ ପାତ୍ର ଓ ଅଙ୍ଗନବାଡି କର୍ମଚାରୀଙ୍କ ମିଳିତରେ ଏହି କାର୍ଯ୍ୟକ୍ରମ ଚାଲୁ ରହିଛି ।ଉକ୍ତ କାର୍ଯ୍ୟକ୍ରମ ଏକ ସପ୍ତାହ ମଧ୍ୟରେ ସମ୍ପୂର୍ଣ୍ଣ କରାଯିବ ବୋଲି ପୌରଧିକାରୀ ଗଣମାଧ୍ୟମକୁ କହିଛନ୍ତି ।
(ରିପୋର୍ଟ୍- ସାନ୍ତନୁ କୁମାର ବେହେରା ।)

Leave A Reply

Your email address will not be published.