ଅଖିଳ ଭାରତ ଗ୍ରାମୀଣ କ୍ଷେତ ମଜଦୁର ପକ୍ଷରୁ ପ୍ରତିବାଦ ସଭା ଅନୁଷ୍ଠିତ।

0 284

ଗୁଣୁପୁର,୧୭/୦୫(ପିପିଟି): ସୋମବାର ଦିନ ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ଗୁଣୁପୁର ଠାରେ ଆନସୀମା ଶବର ପଦ୍ମପୁର ଠାରେ ତ୍ରିପତି ଗମାଙ୍ଗ ସେହିପରି ଗୁଡାରି ରେ ବୃନ୍ଦାବନ ବିଡିକାଙ୍କ ନେତୃତ୍ୱରେ ଆଜିର ଏହି ସଭା ଆୟୋଜନ କରାଯାଇ ଡାକ ମାଧ୍ୟମରେ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ପ୍ରେରଣ କରାଯାଇଥିଲା। ସିପିଆଇ (ଏମଏଲ) ଲିବରେସନ ପାର୍ଟିର ଗଣ ସଂଗଠନ ଅଖିଲ ଭାରତ ଗ୍ରାମୀଣ କ୍ଷେତ ମଜଦୁର ସଭା ତରଫରୁ କୋରନା ର ମୁକାବିଲା କରିବା ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ୯ ଦଫା ଦାବି ସମ୍ବଳିତପତ୍ର ଦେଶବାସୀକଂ ତରଫରୁ ସ୍ମାରକ ପତ୍ର ପ୍ରଦାନ କରାଯାଇଛି । ପ୍ରତ୍ୟେକ ବ୍ଲକ ଓ ପଞ୍ଚାୟତ ସ୍ତରରେ କୋଭିଡ ହସ୍ପିଟାଲ,ଆମ୍ଭୁଲାନସ,ଅମ୍ଳଜାନ-ଆଇସିୟୁ ବ୍ଯବସ୍ଥା କରି ଚିକିତ୍ସା କରାଯିବା । ୩ମାସର ଶିଶୁ ସହ ସମସ୍ତ ନାଗରିକମାନକୁ ଟୀକା କରଣ କରାଯାଉ।କୋରନା କୁ ନେଇ ଭ୍ରାନ୍ତ ଧାରଣା ଓ ଅନ୍ଧବିଶ୍ଵାସ ସହ ଗାଈ ଗୋବର ଓ ଗୋମୂତ୍ର କୋରନା ର ଉପଚାର ଭାବିବାକୁ ବିରୋଧ କରି ବିଜ୍ଞାନଧାରା ସ୍ଥାପିତ କରାଯାଉ । ରାଷ୍ଟ୍ରିୟ ହେଲଥ୍ ଏମର୍ଜେନ୍ସିକୁ ମାନି ସରକାର ସମସ୍ତଙ୍କ ପାଇଁ ମାଗଣା ଟୀକାକରଣ ସହ ମଧ୍ୟବିତ୍ତ ପରିବାରଙ୍କୁ ମାସିକ ୬୦୦୦ ଟଙ୍କା ଯୋଗାଇ ଦେବା। କୋରନାରେ ମୃତ୍ୟୁ ବ୍ଯକ୍ତିମାନଙ୍କୁ ୧୦ ଲକ୍ଷ ଟଙ୍କା ଯୋଗାଇ ଦିଆଯିବା। ସମସ୍ତ ରେସନକାଡ ଧାରି ଓ ମଜୁରିଆ କୃଷକ ମାନଙ୍କୁ ୩୫ କେଜି ଚାଉଳ ସହ ୫୦୦୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା। ମନରେଗା ଶ୍ରମିକ ମାନଙ୍କୁ 200 ଦିନ କାମ ଦୈନିକ ୫୦୦ ଟଙ୍କା ମଜୁରୀ ସହ ୫୦ ଦିନର ମଜୁରୀ ଏବଂ ୩ ମାସର ଖାଦ୍ୟ ସହ ପେନସନ ଧାରି ମାନଙ୍କୁ ମାସିକ ୫୦୦୦ ଟଙ୍କା ଯୋଗାଇ ଦେବା। ସରକାର ବିଦ୍ୟାଳୟ ରେ ପାଠ ପଢ଼ିବା ପିଲାମାନଙ୍କୁ ସ୍ମାର୍ଟଫୋନ ଏବଂ ଅନଲାଇନରେ ପାଠ ପଢ଼ିବାର ସୁବିଧା ଯୋଗାଇ ଦିଆଯାଉ। ଆଶା,ଅଙ୍ଗନୱାଡ଼ି,ରୋଷେୟା ମାନଙ୍କୁ ୧୦ ହଜାର ଟଙ୍କା ସହ ପେନସନ ଏବଂ ମହିଳାମାନେ ମାଇକ୍ରୋଫାଇନାନ୍ସଠାରୁ ଆଣିଥିବା ଟଙ୍କା ସୁଧଉପରେ ଛାଡ କରାଯିବା ପାଇଁ ଆଜିର ଏହି ବୈଠକରେ ଆଲୋଚନା କରିଥିଲେ।

(ରିପୋର୍ଟ- ନବୀନ ନାୟକ ବେହେରା। )

Leave A Reply

Your email address will not be published.