ମୁଜାଗଡ଼ ବନାଞ୍ଚଳରୁ କୃଷ୍ଣସାର ମୃଗ ଉଦ୍ଧାର, ନିକଟସ୍ଥ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ ।

0 193

ଭଞ୍ଜନଗର,୧୪/୦୫(ପିପିଟି); ଅନୁକୂଳ ପରିବେଶ ଯୋଗୁଁ ଉତ୍ତର ଓ ଦକ୍ଷିଣ ଘୁମୁସର ବନଖଣ୍ଡରେ ବହୁସଂଖ୍ୟାରେ କୃଷ୍ଣସାର ମୃଗ ବସବାସ କରିଥାନ୍ତି। ଏହାକୁ ଦୃଷ୍ଟିରେ ରଖି ବନବିଭାଗ ତରଫରୁ ସେମାନଙ୍କ ସୁରକ୍ଷା ଓ ସୁବିଧା ସୁଯୋଗ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି କୃଷ୍ଣସାର ମୃଗ ବିଚରଣ କରୁଥିବା ସ୍ଥାନକୁ ସରକାର ନିଷିଦ୍ଧାଞ୍ଚଳ ଭାବେ ମଧ୍ୟ ଘୋଷଣା କରିଛନ୍ତି। ହେଲେ ଦିନକୁ ଦିନ ଖାଦ୍ୟାଭାବ, ଜଙ୍ଗଲ ପୋଡ଼ି ଓ ଶିକାରୀଙ୍କ ଦୌରାତ୍ମ୍ୟ ଭଳି କେତେକ ସମସ୍ୟା ଯୋଗୁଁ ବହୁ ବନ୍ୟପ୍ରାଣୀ ନିଜକୁ ସୁରକ୍ଷିତ ନ ମଣି ଜଙ୍ଗଲ ଛାଡି ଜୀବନ ବିକଳରେ ଏଣେତେଣେ ଘୁରି ବୁଲିବା ସହ ଜନ ବସତି ଆଡ଼କୁ ମୁହାଁଉ ଛନ୍ତି। ଶୁକ୍ରବାର ସକାଳେ ଉତ୍ତର ଘୁମୁସର ବନଖଣ୍ଡ ଅନ୍ତର୍ଗତ ମୁଜାଗଡ଼ ଗ୍ରାମର ଏକ ପୋଖରୀ ନିକଟରେ ଗୋଟିଏ କୃଷ୍ଣସାର ମୃଗ ଚରୁଥିବା ବେଳେ ସ୍ଥାନୀୟ ଲୋକଙ୍କ ପାଟିତୁଣ୍ଡ ଶୁଣି ଭୟରେ ସେ ଗ୍ରାମ ଆଡ଼କୁ ଦୌଡିଥିଲା। ଏହା ଦେଖି କିଛି ବୁଲା କୁକୁର ମୃଗଟିକୁ କାମୁଡ଼ିବାକୁ ଗୋଡ଼ାଇବାରୁ ସେ ନିଜ ଜୀବନ ବଞ୍ଚାଇବାକୁ ଯାଇ ଗ୍ରାମର ମଧ୍ୟ ଭାଗକୁ ଚାଲି ଆସିଥିଲା। ଏହାପରେ ସ୍ଥାନୀୟ ଲୋକମାନେ ମୃଗ ଟିକୁ ଉଦ୍ଧାର କରି ନିକଟସ୍ଥ ବନବିଭାଗ କର୍ମଚାରୀଙ୍କୁ ହସ୍ତାନ୍ତର କରିଥିଲେ। ମୁଜାଗଡ଼ ବନବିଭାଗ କାର୍ଯ୍ୟାଳୟରେ ପ୍ରାଣୀ ଚିକିତ୍ସାଧିକାରୀ ମୃଗଟିର ସ୍ୱାସ୍ଥ୍ୟ ପରୀକ୍ଷା କରି ସେ ସୁସ୍ଥ ଥିବା ଜାଣିବା ପରେ ବନବିଭଗ କର୍ମଚାରୀ ମାନେ ତାକୁ ନେଇ ନିକଟସ୍ଥ ଜଙ୍ଗଲରେ ଛାଡ଼ିଥିବା ଜଣାପଡିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.