ଶେରଗଡ ,୧୨/୦୫(ପିପିଟି); ଘାତକ ସାଜିଛି କରୋନାଦ୍ୱିତୀୟ ଲହରୀ।ପ୍ରତିଦିନ ଗଡୁଛି ଶହ ଶହ ମୁଣ୍ଡ ।ଶେରଗଡ ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବାବୁଲା କୁମାର ଚୌଧୁରୀ(୫୪)ଙ୍କ ଆଜି ସକାଳ ସାଢେ ୪ ଟା ସମୟ ରେ ଭୁବନେଶ୍ୱର ସ୍ଥିତ ସମ୍ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥା ରେ ମୃତ୍ୟୁ ଘଟିଛି । ତିନି ଦିନ ପୂର୍ବେ ଶ୍ବାସ ନେବାରେ କଷ୍ଟ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥିତ ସମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପୂର୍ବରୁ ତାଙ୍କର କରୋନା ପଜେଟିଭ ଥିବା ଜଣାପଡିଛି । ସେ ରାଜ୍ୟ ବିଜେଡ଼ି କାର୍ଯ୍ୟ କାରଣୀ ସଦସ୍ୟ,୨୦୧୨ ରୁ ୧୭ ଯାଏ ଶେରଗଡ଼ ବ୍ଲକ ଅଧ୍ୟକ୍ଷ ଥିଲେ ଓ ଉଦୟ ପ୍ରତାପ ବିଜ୍ଞାନ ଡିଗ୍ରୀ ମହାବିଦ୍ୟାଳୟର ସଭାପତି ଥିଲେ। ଶ୍ରୀ ଚୌଧୁରୀ ଙ୍କ ପରଲୋକ ରେ ଶେରଗଡ଼ ବ୍ଲକ ଅଧ୍ୟକ୍ଷା ସାରସ ସ୍ୱାଇଁ, ବରିଷ୍ଠ ବିଜେଡି ନେତା ହୀନ ବେହେରା,ହୃଷିକେଶ ପାଢ଼ୀ, ସଂନ୍ତୋଷ କୁମାର ପଟ୍ଟନାୟକ, ଉତ୍କଳ ସାମ୍ବାଦିକ ସଂଘର ଗଞ୍ଜାମ ଜିଲ୍ଲା ଉପ ସଭାପତି ଦେବୀ ପ୍ରସାଦ ଦାସ, ବରୁଣ ପୋଲାଇ ,ସରୋଜ ପାତ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି।
(ରିପୋର୍ଟ- ଭିକୁ ନାୟକ। )