ବ୍ରହ୍ମପୁର,୧୧/୦୫(ପିପିଟି); କରୋନା ମହାମାରୀ ବପତ୍ତି ବେଳେ ବିଜେପି ଗଞ୍ଜାମ ଜିଲ୍ଲା ” ସହାୟ ” ତରଫରୁ ଅକ୍ସିଜେନ , ଆମ୍ବୁଲାନ୍ସ , ସବ ସକ୍ତାର , ଡାକ୍ତରୀ ପରାମର୍ଶ , ଔଷଧ , ରକ୍ତ , ମାସ୍କ ଏବଂ ବରିଷ୍ଟ ଆକ୍ରାନ୍ତ ଅସହାୟଙ୍କୁ ଭୋଜନ ଆଦି ନିଃଶୁକ୍ଳ ସେବା ହେଲ୍ପଲାଇନ ନମ୍ବର ” ୭୩୨୭୮୫୪୯୯୫ , ୭୩୨୭୯୫୪୯୯୫ ” କୁ ଜଣାଇବାକୁ ଜିଲ୍ଲା ସଭାପତି ନିବେଦନ କରିଛନ୍ତି । ଗଞ୍ଜାମ ଜିଲ୍ଲା ତଥା ମଣ୍ଡଳ ସ୍ତରୀୟ କୋଭିଡ୍ ପରିଚାଳନା କମିଟି ” ମୋ ବୁଥ୍ କରୋନା ମୁକ୍ତ ” ଦିଗରେ କାର୍ଯ୍ୟ କରୁଅଛି । ଲୋକଙ୍କୁ ସେବା ଯୋଗାଇଦେବା ନିମନ୍ତେ ବିଜେପି ଯୁବମୋର୍ଚ୍ଚା ତଥା ସହାୟ ସ୍ବେଚ୍ଛାସେବୀ ମାନଙ୍କୁ ଅଭିଜ୍ଞ ବିଶେଷଜ୍ଞ ଙ୍କ ଦ୍ଵାରା ପ୍ରଶିକ୍ଷଣ ଦିଆଯାଇଛି । ମହାମାରୀ କରୋନା ଗଞ୍ଜାମ ଜିଲ୍ଲାରେ ତାର କାୟା ବିସ୍ତାର କରୁଅଛି । ସଂକ୍ରମିତଙ୍କ ସଂଖ୍ୟା ବଢିବା ସାଙ୍ଗକୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ୁଅଛି । ଯଦିଓ ବ୍ୟାପକ ଟେଷ୍ଟିଂ ଅଭାବରୁ ସଂଖ୍ୟା ଜଣାପଡୁନାହିଁ । ଗ୍ରାମାଞ୍ଚଳ ସ୍ବାସ୍ଥ୍ୟ ଭିତ୍ତିଭୂମି ଭରସା ଯୋଗ୍ୟ ନଥିବା ଯୋଗୁଁ ବାଧ୍ୟ ହୋଇ ବ୍ରହ୍ମପୁର ବଡମେଡିକାଲ କୁ ଆସୁଥିବା କାରଣରୁ କାଜୁଆଲିଟି ରେ ଅସମ୍ଭବ ଭିଡ ହେଉଅଛି । ଏଣୁ ବ୍ୟାପକ ଟେଷ୍ଟିଂ ସାଙ୍ଗକୁ କାଜୁଆଲିଟି ରୁ ରୋଗିଙ୍କୁ ତୁରନ୍ତ ସ୍ଥାନାନ୍ତର ଏବଂ ଅବାଧରେ କୋଭିଡ୍ ହସ୍ପିଟାଲ ଚିକିତ୍ସା ମିଳିବା ଅତ୍ୟାବଶ୍ୟକ ହୋଇପଡିଛି । ବ୍ରହ୍ମପୁର ସିଟି ହସ୍ପିଟାଲ , ଛତ୍ରପୁର ,ଚିକିଟି, ଦିଗପହଣ୍ଡି, ଭଞ୍ଜନଗର, ଆସ୍କା ,ହିଞ୍ଜିଳି ,ସୋରଡ଼ା ,ଖଲ୍ଲିକୋଟ ଠାରେ ଆ.ଇ.ସି.ୟୁ ବେଡ୍ କୋଭିଡ୍ ହସ୍ପିଟାଲ ଖୋଲି ଚିକିତ୍ସା ଗୁରୁଦାୟିତ୍ଵ ନେବା ସମ୍ପ୍ରତି ଅପରିହାର୍ଯ୍ୟ ଅଟେ । ଏ ସମ୍ପର୍କରେ ମୁଖ୍ୟନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ବେଳେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା , ଡାକ୍ତର ସୁବାସ ଚନ୍ଦ୍ର ସାହୁ , ହେଲଥ ସେଲ ସଭାପତି ରାଜୀବ କୁମାର ମିଶ୍ର , ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କାହୁଁ ଚରଣ ପତି , ମନୋରଞ୍ଜନ ଦ୍ୟାନସାମନ୍ତରା, ପ୍ରଶାନ୍ତ କୁମାର କର , ମହନ୍ତ ଚିନ୍ମୟାନନ୍ଦ ଦାସ , ସିଦ୍ଧାନ୍ତ ଗଙ୍ଗଦେବ , ପ୍ରଭାତ କିରଣ ଷଡ଼ଙ୍ଗୀ , ବାଳକୃଷ୍ଣ ସାମନ୍ତରା , ଶିବ ପ୍ରସାଦ ପାତ୍ର , ଶିବ ଅଧିକାରୀ , ଏନ. ରାଜେନ୍ଦ୍ର କୁମାର , କିରନ୍ କୁମାର ସାହୁ , କମଲ ପାତ୍ର , ଏଲ୍. ମୋହନ ଦାସ , ଜଗମୋହନ ପାତ୍ର , ଜଗଦୀଶ ପ୍ରଧାନ ପ୍ରମୁଖ ସ୍ବେଚ୍ଛାସେବୀ କରୋନା ସେବାରେ ନିୟୋଜିତ ଅଛନ୍ତି । ବ୍ୟାପକ ଟୀକା କରଣ ଏବଂ କରୋନା ମୁକାବିଲା ପାଇଁ ବିଜେପି ଗଞ୍ଜାମ ଜିଲ୍ଲା ବିଜେପି ସମସ୍ତ ସହଯୋଗ କରିବା ସହ ଜନସାଧାରଣଙ୍କୁ ୨୪ ଘଣ୍ଟିଆ ସେବା ଯୋଗାଇଦେବ ।
(ରିପୋର୍ଟ- ଆରତ କୁମାର ହୋତା ।