ଡ଼ିସିଏଚସି ରେ ଦୁଇ ଦିନରେ ୨ଜଣଙ୍କ ମୃତ୍ୟୁ:ପୁଣି ଆଗେଇ ଆସିଲା ହେଲପିଙ୍ଗ ହ୍ୟାଣ୍ଡ ।

0 313

ଭଞ୍ଜନଗର,୧୦/୦୫(ପିପିଟି); ଭଞ୍ଜନଗର ଠାରେ ଥିବା ଡ଼ିସିଏଚସିରେ ଗତ ଦୁଇ ଦିନ ମଧ୍ୟରେ ୨ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଭଞ୍ଜନଗର ବ୍ଲକ ଅଗଝୋଳ ଗ୍ରାମର ବିନୋଦ ବିହାରୀ ଆରୁଖ (୬୬) କରୋନା ଆକ୍ରାନ୍ତ ଥିବାରୁ ଗତ ୨୮ତାରିଖରୁ ଏଠାରେ ଚିକିତ୍ସିତ ହେଉଥିଲେ।ହେଲେ ରବିବାର ତାଙ୍କର ମୃତ୍ୟୁ ଘଟିଥିଲା।ପୁଣିଥରେ ଭଞ୍ଜନଗର ଲଣ୍ଡେଇ ସାହିର ସ୍ବେଛାସେବୀ ସଙ୍ଗଠନ ହେଲପିଙ୍ଗ ହ୍ୟାଣ୍ଡର ସଦସ୍ୟ ମାନେ ଆଗେଇ ଆସି ସନ୍ଧ୍ୟା ସମୟରେ ମୃତଦେହକୁ ନେଇ ବେଲେଶ୍ୱର ସ୍ମଶାନ ଠାରେ ସତ୍କାର କରିଥିଲେ। ହେଲପିଙ୍ଗ ହ୍ୟାଣ୍ଡର ଏଭଳି ମହାନ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଉଛି। ସେହିପରି ଗତ କିଛି ଦିନ ହେଲା ଏଠାରେ ଚିକିତ୍ସିତ ହେଉଥିବା ସୋରଡ଼ା ଅଞ୍ଚଳର ବୁଲା ମହାରଣା(୫୬)ଙ୍କର ସୋମବାର ମୃତ୍ୟୁ ଘଟିଛି।ଅକ୍ସିଜେନ ସ୍ତର ହ୍ରାସ ପାଇବାରୁ ବୁଲା ମୃତ୍ୟୁବରଣ କରିଥିବା ଜଣାପଡ଼ିଛି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.