ସମାଜର ବରିଷ୍ଟ ସାମ୍ବାଦିକ କରୋନାରେ ପରଲୋକ ।

0 525

ପୋଲସରା,୧୦/୦୫(ପିପିଟି); ପୋଲସରା ଅଞ୍ଚଳର ବରିଷ୍ଟ ସାମ୍ବାଦିକ କିଶୋର ଚନ୍ଦ୍ର ଦାସ ( ବାପି )ଙ୍କ ଗତ ମଧ୍ୟରାତ୍ର ପ୍ରାୟ ଘ. ୦୨:୩୦ ମିନଟ ସମୟରେ ଗଞ୍ଜାମ ଜିଲ୍ଲା ଶୀତଳାପଲ୍ଲୀ ଟାଟା କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମୃତ୍ୟୁ ହୋଇଯାଇଛି । ପରିବାର ସୂତ୍ରରୁ ଜଣାପଡିଛି । ଚଳିତ ୩ ତାରିଖ ଦିନ ତାଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ପରିବାର ଲୋକେ ପ୍ରଥମେ ପୋଲସରା ସରକାରୀ ଗୋଷ୍ଟି ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଡାକ୍ତରଙ୍କୁ ଦେଖାଇଥିଲେ । ସେତେବେଳେ ଡିଉଟିରେ ଥିବା ପରୀକ୍ଷା କରି ଅମ୍ଳଜାନ ଶରୀରରେ କମ୍ ଥିବା ଜାଣିପାରି କିଶୋରଙ୍କୁ ମେଡ଼ିକାଲରେ ଅମ୍ଳଜାନ ଦିଆଯାଇଥିଲା । ମାତ୍ର ପରେ ପରିସ୍ଥିତି ସୁଧାର ନ ଆସିବା ଦେଖି ବ୍ରହ୍ମପୁର ବଡ ମେଡିକାଲକୁ ନେଇଯିବାକୁ ଡାକ୍ତର ପରାମର୍ଶ ଦେଇଥିଲେ । ଡାକ୍ତରଙ୍କ ପରାମର୍ଶ କ୍ରମେ କିଶୋରଙ୍କୁ ସି.ଡି.ଏମ.ଓ ଙ୍କ ରେପୋର୍ଟକୁ ଆଧାର କରି ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ସିତଳା ପଲ୍ଲୀ ଟାଟା କୋଭିଡ଼ ହସ୍ପିଟାଲରେ କିଶୋରଙ୍କୁ ଭର୍ତ୍ତି କରାଯାଇଥିଲା । ମାତ୍ର ଦୁଃଖର ବିଷୟ ସେଠାରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । କିଶୋର ଚନ୍ଦ୍ର ଦାସ ଙ୍କ ମୃତ୍ୟୁ ବେଳକୁ ୬୧ ବର୍ଷ ହୋଇଥିଲା । ସେ ଦୈନିକ ଓଡ଼ିଆ ଖବର କାଗଜ ” ସମାଜ ” ର ପୋଲସରା ବ୍ଲକ ପ୍ରତିନିଧି ଭାବେ କାର୍ଯ୍ୟରତ ଥିଲେ । ତାଙ୍କ ପରିବାରରେ ତାଙ୍କର ସହ ଧର୍ମିଣିଙ୍କ ସମେତ ଦୁଇପୁତ୍ର ଓ ପୁତ୍ର ବଧୁ ଅଛନ୍ତି । ତାଙ୍କର ମୃତ୍ୟୁରେ ପୋଲସରା ସାମ୍ବାଦିକ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଛି ।

(ରିପୋର୍ଟ- ସନ୍ତୋଷ କୁମାର ପଣ୍ଡା ।)

Leave A Reply

Your email address will not be published.