ଦୁଇ ବାଇକ ମଧ୍ୟରେ ମୁହାଁମୁହି ଧକ୍କା;ଦୁଇ ଗୁରୁତର ଓ ଦୁଇ ଆହତ ।

0 190

ବାଲିଗୁଡା,୦୭/୦୫(ପିପିଟି): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ପିଲତୋଟା ସାହି ବୁଲାଣିରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ଦୁଇ ବାଇକ ଆରୋହୀ ଗୁରୁତର ହୋଇଥିବା ବେଳେ ଆଉ ଦୁଇ ଜଣ ଆହତ ହୋଇ ଚିକିତ୍ସିତ ହେଉଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ଯେ, ଗୋଟିଏ ବାଇକରେ କୋଟଗଡର ରାଜୁ ମଲିକ, ରାହୁଲ ନାୟକ, ଓ ରାହୁଲ ବେହେରା କୋଟଗଡ ରୁ ମୁନିଗୁଡାକୁ ଯାଉଥିବା ବେଳେ ଅପର ପକ୍ଷରୁ ଅନ୍ୟ ଏକ ବାଇକରେ ତ୍ରିନାଥ ମଲିକ ଆସୁଥିବା ସମୟରେ ମୁହାଁମୁହିଁ ଧକ୍କା ହେବାରୁ ଚାରି ଜଣ ଆହତ ହୋଇଥିଲେ । ଏହି ଦୁର୍ଘଟଣା ଖବର ପାଇ କୋଟଗଡ ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ସଙ୍ଗେ ସଙ୍ଗେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରି ପ୍ରାଥମିକ ଚିକିତ୍ସା ପରେ ଜଣେ ବାଇକ ଆରୋହୀ ରାଜୁ ମଲିକ ଗୁରୁତର ହେବାରୁ ବାଲିଗୁଡା ଉପଖଣ୍ଡ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରିଥିଲେ । ପରେ ପରେ କୋଟଗଡ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁଇ ବାଇକକୁ ଜବତ କରି ଏକ ମକଦ୍ଦମା ରୁଜୁ କରିବା ସହ ତଦନ୍ତ ଅବ୍ୟାହତ ଥିବା ବିଷୟ କୋଟଗଡ ଥାନା ପକ୍ଷରୁ ଜଣାପଡିଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.