କୋଦଳା,୦୭/୦୫(ପିପିଟି); ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ପାଇଲେ ଦେବଦତ୍ତ ପ୍ରିୟଦର୍ଶୀ । ସେ ଗଞ୍ଜାମ ଜିଲ୍ଲା ବଡଗଡ଼ ଥାନାରେ ଏସଆଇ ଭାବେ କାର୍ଯ୍ୟ କରୁଥିଲେ । ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ପୂର୍ବରୁ ଦୀପ୍ତିରଞ୍ଜନ ବେହେରା କାର୍ଯ୍ୟକରୁଥିବା ବେଳେ କିଛିଦିନ ତଳେ ସେ ଆଇଆଇସିକୁ ପଦୋନ୍ନତି ପାଇ ବର୍ତ୍ତମାନ ରମ୍ଭା ଥାନା ଆଇଆଇସି ଭାବେ ବଦଳି ହୋଇଛନ୍ତି । ଫଳରେ ଆଜି କୋଦଳା ଥାନା ଅନ୍ତର୍ଗତ ବେଗୁନିଆପଡା ଫାଣ୍ଡି ଅଧିକାରୀ ଭାବେ ଦେବଦତ୍ତ ପ୍ରିୟଦର୍ଶୀଙ୍କୁ ନିଯୁକ୍ତି ମିଳିଛି ।
(ରିପୋର୍ଟ- ସୂର୍ଯ୍ୟ ନାରାୟଣ ବଡୁ ।)