ବିବାହ ଭୋଜି ଉପରେ ତହସିଲଦାରଙ୍କ ଚଢ଼ାଉ ।

0 384

ଶେରଗଡ,୦୭/୦୫(ପିପିଟି); କରୋନାର ଦ୍ୱିତୀୟ ଲହର ସୁନାମି ଭଳି ମାଡ଼ି ଚାଲିଥିବା ବେଳେ ଏହାକୁ ଚେକ ଦେବା ପାଇଁ ସରକାର ୧୪ ଦିନିଆ ଲକ ଡ଼ାଉନ କରିଛନ୍ତି।ବିବାହ ଓ ଶୁଦ୍ଧିକ୍ରିୟା ପାଇଁ ସୀମିତ ଲୋକଙ୍କୁ ନେଇ ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଜାରିହୋଇଥିବା ତଥାପି ଶୁଣୁ ନାହାନ୍ତି ଅମାନିଆ ଶେରଗଡ଼ ବ୍ଲକ ଓ ତହସିଲ ପ୍ରଶାସନର ସଚେତନତା ସ୍ୱତ୍ତେ ଶେରଗଡ଼ ବ୍ଲକର ବିଭିନ୍ନ ଗ୍ରାମାଞ୍ଚଳରେ ଭୋଜିର ଆୟୋଜନ ଦେଖିବାକୁ ମିଳୁଛି। ଯାହାକି କୋଭିଡ ନିୟମ କୁ ଖୋଲା ଖୋଲି ଉଲଙ୍ଘନ କରାଯାଛି। ଆଜି ଶେରଗଡ଼ ଦାହସିଲଦାର ଡ଼ ଦୟାସିନ୍ଧୁ ପରିଡ଼ା, ଶେରଗଡ଼ ପୋଲିସ ପକ୍ଷରୁ ଏକ ଭୋଜି ବନ୍ଦ କରିଛନ୍ତି। ଶେରଗଡ଼ ବ୍ଲକ ଅନ୍ତର୍ଗତ ଧନନ୍ତର ଗ୍ରାମ ପଞ୍ଚାୟତର ଲାଞ୍ଜିଆ ପଲ୍ଲୀ ଗ୍ରାମର ଏକ ବିବାହ ଭୋଜି ବନ୍ଦ ଭୋଜି ଅଯୋଜଙ୍କ ଠାରୁ ୫ ହଜାର ଟଙ୍କା ରେଡ଼ କ୍ରସ ପାଇଁ ଫାଇନ ଆଦାୟ କରିଛନ୍ତି । ବର୍ତ୍ତମାନ ପରିସ୍ଥିତିରେ ଏଭଳି ସାମୁହିକ କାର୍ଯ୍ୟକ୍ରମ ଦୂରେଇ ରହିବାକୁ ତହସିଲ ଓ ପ୍ରଶାସନ ପକ୍ଷରୁ ସଚେତନତା କରାଯାଉଛି। ଅତିରିକ୍ତ ତହସିଲଦାର ଅକ୍ଷୟ କୁମାର ମଲ୍ଲିକଙ୍କ ସମେତ ଶେରଗଡ଼ ପୋଲିସ କର୍ମଚାରୀ ମାନେ ଚଢ଼ାଉରେ ସାମିଲ ଥିଲେ ।

(ରିପୋର୍ଟ- ଭିକୁ ନାୟକ। )

Leave A Reply

Your email address will not be published.