କରୋନା ଛଡାଇ ନେଇଛି ମାନବିକତା : ଶବ ସତ୍କାରକୁ ବାରଣ ।

0 298

ଭଞ୍ଜନଗର,୦୩/୦୫(ପିପିଟି); ବର୍ତ୍ତମାନ ସମୟରେ କରୋନାକୁ ନେଇ ହଜିଗଲାଣି ମାନବିକତା। ମଣିଷ ସମାଜ ପରସ୍ପରକୁ ସୁବିଧା ଅସୁବିଧାରେ ସାହାଯ୍ୟ କରିବା ତ ଦୂରର କଥା କାହାର ଦୁଃଖ ସମୟରେ ମଧ୍ୟ ସାଥ ଦେବା ପରିବର୍ତ୍ତେ କରୋନା ନାମରେ ସାମାଜିକ ବାସନ୍ଦକୁ ଅଗ୍ରାଧିକାର ଦେଇ ଆସୁଛନ୍ତି। ଯାହାର ପରିଣାମ ସ୍ୱରୂପ ଶବ ସତ୍କାର ପାଇଁ ହଟହଟା ର ସମ୍ମୁଖୀନ ହେଉଛନ୍ତି ମୃତକଙ୍କ ପରିବାର ଲୋକ ଓ ସମ୍ପର୍କୀୟ। ଭଞ୍ଜନଗର ଖାଲାସି ସାହିରେ ରହୁଥିବା ଭୁବନେଶ୍ୱର ପଟ୍ଟନାୟକ(୬୭) ସୋମବାର ଦିନ ୧୧ଟା ସମୟରେ ହାଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରି ଘରେ ପଡିଯାଇଥିଲେ।ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ଚିକିତ୍ସା ପାଇଁ ଭଞ୍ଜନଗର ମେଡ଼ିକାଲ କୁ ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ହୃଦଘାତ କାରଣରୁ ମୃତ ଘୋଷଣା କରିଥିଲେ। ମହାପ୍ରୟାଣ ଗାଡ଼ି ଯୋଗେ କିଛି ସାହି ପଡ଼ିଶାଙ୍କ ସହଯୋଗରେ ମୃତଦେହକୁ ଠାକୁରାଣୀ ମନ୍ଦିର ନିକଟ ସ୍ମଶାନ କୁ ଶବ ସତ୍କାର ପାଇଁ ନିଆ ଯାଇଥିଲା। ହେଲେ କରୋନା ଭୟରେ ସ୍ଥାନୀୟ ଲୋକମାନେ ସେଠାରେ ଶବଦାହକୁ ବିରୋଧ କରିଥିଲେ।ଶେଷରେ ବାଧ୍ୟହୋଇ ପୁଣି ଅନ୍ୟ ଏକ ଗାଡ଼ି ଯୋଗେ ମୃତଦେହ ଓ କାଠ ସବୁ ଜାମପଲ୍ଲୀ ସ୍ମଶାନକୁ ନିଆଯାଇ ସେଠାରେ ଶବ ସତ୍କାର କରା ଯାଇଇଥିଲା। କଣ ଆଜିକାଲି ସବୁ ମୃତ୍ୟୁର କାରଣ ସାଜିଛି କରୋନା।ଯାହାକୁ ନେଇ ଅସୁବିଧା ଭୋଗୁଛନ୍ତି ଅନ୍ୟମାନେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.