କନ୍ଧମାଳ,୦୨/୦୫(ପିପିଟି): ସମଗ୍ର କନ୍ଧମାଳ ଜିଲ୍ଲାରେ ଦୁଇ ଦିନିଆ ସଟ ଡାଉନର ଫାଇଦା ନେଇ କିଛି ଦୁର୍ବୁତ୍ତ ଷ୍ଟେଟ ବ୍ୟାଙ୍କର ଟଙ୍କା ନେବା ଆଣିବା ଗାଡି ର ତାଲା ଭାଙ୍ଗି ଟଙ୍କା ନେବା ପାଇଁ ଉଦ୍ୟମ କରିଥିଲେ । ଘଟଣାରୁ ପ୍ରକାଶ ଯେ.କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପିଅନପଡାର ଗୁଡିପିଟା ସାହି ରେ ଗତକାଲି ଶନିବାର ବିଳମ୍ବିତ ରାତିରେ ଉକ୍ତ ବ୍ୟାଙ୍କ ଗାଡିର ତାଲା ଭାଙ୍ଗି ଟଙ୍କା ନେବାଲାଗି ଉଦ୍ୟମ କରିଥିଲେ ଥିଲେ କିଛି ଦୁର୍ବୁତ୍ତ । ତାଲା ନ ଭାଙ୍ଗିବାରୁ ଷ୍ଟେଟ ବ୍ୟାଙ୍କର କ୍ୟାସ୍ ଗାଡି କୁ ନିଆଁ ଲଗେଇ ଦେଇ ପୋଡ଼ିବା ସହିତ ନିକଟରେ ଥିବା ଏକ ସ୍ବିଫ୍ଟ ଡିଜ଼ଏରୋ ଗାଡିକୁ ମଧ୍ୟ ପୋଡି ଦେଇଥିଲେ ଦୁର୍ବୁତ୍ତ ମାନେ । ଗାଡି ପୋଡିବା ସମୟରେ ଟାୟାର୍ ଟି ଫାଟି ଯିବାରୁ ଜୋର ଶବ୍ଦ ଶୁଣି ନିକଟରେ ରହୁଥିବା ସ୍ଥାନୀୟ ଲୋକ ଉଠି ବାହାରକୁ ଆସି ଦେଖିଲେ ଗାଡି ଜଳୁଛି । ସଙ୍ଗେ ସଙ୍ଗେ ନିଆଁ ଲିଭାଇବା ସହ ପୋଲିସକୁ ଖବର ଦେଇଥିଲେ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି । ଅନ୍ୟ ପକ୍ଷରେ କିଏ ଏସବୁ ଗାଡି ପୋଡିଛନ୍ତି ଓ କାହିଁକି ପୋଡିଛନ୍ତି ଏବଂ ଏହି ଘଟଣା ରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଅତି ଶିଘ୍ର ଗିରଫ କରାଯିବ ବୋଲି ଫୁଲବାଣୀ ଏସଡିପିଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି ।
(ରିପୋର୍ଟ- ସୁଶାନ୍ତ କୁମାର ପାଣିଗ୍ରାହୀ ।)
Prev Post
Next Post