ବିଶ୍ବବ୍ୟାପୀ ମହାମାରୀ କରୋନା କବଳରୁ ରକ୍ଷା କରିବାକୁ କଟକ-ଭୁବନେଶ୍ବର କମିଶନରେଟ୍ ର ନୂତନ ପୋଲିସ୍ ଆୟୁକ୍ତଙ୍କ ପ୍ରୟାସ ଅଭିନନ୍ଦନୀୟ।

0 234

ବୋଲଗଡ଼,୦୧/୦୫(ପିପିଟି),ସପ୍ତାହାନ୍ତ ତାଲା ବନ୍ଦରେ ବାହାରେ ବୁଲୁଥିବା ଅମାନିଆଙ୍କ ଲାଗି ବିଭିନ୍ନ ଜାଗାରେ ପୋଲିସ୍ ଚେକ୍ ପୋଷ୍ଟ କରାଯାଇ ସମସ୍ତ ଗାଡି ଓ ଜନସାଧାରଣଙ୍କୁ ଯାଞ୍ଚ କରାଯାଉଛି। ଆବଶ୍ଯକସ୍ଥଳେ ଜୋରିମାନା ଆଦାୟ, ଗାଡି ଜବତ ମଧ୍ଯ କରାଯାଉଛି। ଏହା ସତ୍ଯ ଯେ ଏହା କରୋନା ଯୋଦ୍ଧା ଓଡ଼ିଶା ପୋଲିସ୍ ବାହିନୀର ଜନସଚେତନତା କାର୍ଯ୍ୟକ୍ରମ। ବର୍ତ୍ତମାନ ପରିସ୍ଥିତିରେ ପ୍ରଚଣ୍ଡ ଖରାରେ ସେମାନଙ୍କର ଚେ଼ଷ୍ଟା, ଚିନ୍ତା କେବଳ ଜନସାଧାରଣଙ୍କ ଜୀବନ । ସେଥିପାଇଁ ସେମାନେ ଜନସାଧାରଣଙ୍କର ତିରସ୍କାର ଶୁଣୁଛନ୍ତି। ସେସବୁକୁ ଖାତିର୍ ନକରି ଅନବରତ ସେବାରେ ଲାଗି ପଡିଛନ୍ତି ଏହି କରୋନା ଯୋଦ୍ଧା ମାନେ । ଶତ ଶତ ଧନ୍ଯବାଦ ଏହି ଯୋଦ୍ଧାମାନଙ୍କୁ।

(ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ। )

Leave A Reply

Your email address will not be published.