ଦିଗପହଣ୍ଡି,୦୧/୦୫(ପିପିଟି); କରୋନା ମହାମାରୀର ଦିତୀୟ ଲହରୀ ଏବେ ସାରା ଭାରତ ବର୍ଷ କରୋନାର କବଳରେ କବଳିତ । ସୂର୍ଯ୍ୟଙ୍କ ତାପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଭଳି ପରିସ୍ଥିତିରେ ପାନୀୟ ଜଳର ସଙ୍କଟ ଦେଖା ଦେଇଛି ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ଅନ୍ତର୍ଗତ ଚକାତେନ୍ତୁଳି ଗ୍ରାମରେ । ଦୀର୍ଘ ବର୍ଷ ଧରି ଅଚଳ ହୋଇ ପଡ଼ିଥିଲା ଏହି ଜଳ ପ୍ରକଳ୍ପ । ଏବେ ପାଣି ଛାଡିଥିଲେ ମଧ୍ୟ କେବେ ଆସୁଛି ତ କେବେ ଆସୁନି । ପାନୀୟ ଜଳ ପ୍ରକଳ୍ପ ଯେଉଁ ଅବସ୍ଥାରେ ଅଛି ବହୁତ ବିପଦ ପୂର୍ଣ ଅବସ୍ଥାରେ ରହିଛି । କେତେବେଳେ କଣ ହେବ କିଛି କହିହେବ ନାହିଁ । ପ୍ରକଳ୍ପ ନିର୍ମାଣ ଦିନ ଠୁ ଆଜି ପର୍ଯ୍ୟନ୍ତ ଏହାକୁ କେହି ଦେଖିବାକୁ ମଧ୍ୟ ଆସିନାହାନ୍ତି ଏବଂ ଗୋଟିଏ ଦିନ ବି ସଫା କରିନାହାଁନ୍ତି । ଯନ୍ତ୍ରୀଙ୍କୁ ଏନେଇ ଗ୍ରାମ ବାସି ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବ ଗ୍ରାମ ବାସି କହିଛନ୍ତି । ରାଜ୍ୟ ସରକାରଙ୍କ ବସୁଧା ଯୋଜନା ଠିକ୍ ସେ କାର୍ଯ୍ୟକାରି ହେଉନଥିବା ଗ୍ରାମ ବାସୀ କହିଛନ୍ତି । ଲକ୍ଷ ଲକ୍ଷ ଟଙ୍କା ବସୁଧା ଯୋଜନାରେ ଖର୍ଚ୍ଚ କରୁଛନ୍ତି ସରକାର ହେଲେ ଏହା କେବେ ଠିକ୍ ଭାବେ କେବେ କାର୍ଯ୍ୟ କ୍ଷମ ହେବ ତାହା ଏବେ ସାଧାରଣରେ ବଡ ପ୍ରଶ୍ନ ।
(ରିପୋର୍ଟ- ଆରତ କୁମାର ହୋତା ।)