ବେଲଗୁଣ୍ଠା,୩୦/୦୪(ପିପିଟି); ବର୍ତ୍ତମାନ ବିଶ୍ୱରେ କରୋନାର ଦ୍ୱିତୀୟ ଲହର ଦିନକୁ ଦିନ ତୀବ୍ରତର ହେବାକୁ ଲାଗିଥିବା ବେଳେ ଏହାକୁ ରୋକିବା ପାଇଁ ଜନ ସଚେତନତା ହିଁ ଏକମାତ୍ର ମାଧ୍ୟମ । ଏହାକୁ ଦୃଷ୍ଟିରେ ରଖି କ୍ଷତ୍ରୀୟଵରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଯୁବ ରେଡ଼କ୍ରସ ଦ୍ୱାରା ଏକ କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଯୁବ ରେଡ଼କ୍ରସ ଜିଲ୍ଲା ସଂଯୋଜକ ବି ଗୋବିନ୍ଦ ରାଓଙ୍କ ନେତୃତ୍ୱରେ ରେଡ଼କ୍ରସ୍ ସ୍ଵେଚ୍ଛାସେବୀ ମାନେ ରାସ୍ତାରେ ଯାଉଥିବା ଲୋକଙ୍କୁ ମାସ୍କ ବ୍ୟବହାର କରିବାକୁ ପରାମର୍ଶ ଦେଇଥିଲେ ଏବଂ ମାସ୍କ ବଣ୍ଟନ କରିଥିଲେ । ସମ୍ପ୍ରତି ମହାମାରୀର ବିଷମ ପରିସ୍ଥିତିରେ ମାସ୍କ ବ୍ୟବହାର, ସାବୁନରେ ହାତ ଧୋଇବା, ଦୂରତା ରକ୍ଷା କରିବା, ଗହଳି ଜାଗାକୁ ନ ଯିବା, ନିଜକୁ ସୁରକ୍ଷିତ ରଖିବା ଉପରେ ଗୁରୁତ୍ୱ ଦିଆଯାଇଥିଲା ।ଏଥିରେ ପ୍ରାଧ୍ୟାପକ ବିଷ୍ଣୁ ପ୍ରସାଦ ପଟ୍ଟନାୟକ, କୁମୁଦ ଚନ୍ଦ୍ର ମହାପାତ୍ର, ଦେବେଶ ଚନ୍ଦ୍ର ମହାପାତ୍ର, ସନ୍ତୋଷ ବିଶ୍ୱାଳ, ପଦ୍ମ ଚରଣ ନାୟକ, ସନ୍ତୋଷ ବିଷୋୟୀ ପ୍ରମୁଖ ସହଯୋଗ କରିଥିଲେ ।
(ରିପୋର୍ଟ- ସୁଶାନ୍ତ କୁମାର ବେହେରା ।)