କୋଭିଡ କେୟାର ସେଣ୍ଟର ଅଗ୍ରଗତି ଦେଖିଲେ ଉପଜିଲ୍ଲାପାଳ ।

0 285

ଭଞ୍ଜନଗର,୩୦/୦୪(ପିପିଟି); ଭଞ୍ଜନଗର ଉପଖଣ୍ଡରେ ଦିନକୁ ଦିନବଢି ବଢି ଚାଲିଛି କରୋନା ସଂକ୍ରମଣର ଗ୍ରାଫ । ଆଜିର ରିପୋର୍ଟ ସୁଦ୍ଧା ଭଞ୍ଜନଗର ଉପଖଣ୍ଡରେ ୪୮୧ ଜଣ କରୋନା ପଜିଟିଭ ବାହାରିଥିବା ବେଳେ ସେଥି ମଧ୍ୟରୁ ସକ୍ରିୟ ଅଛନ୍ତି ୨୬୭ ଜଣ, ଆରୋଗ୍ୟ ହେଇଛନ୍ତି ୨୧୧ ଜଣ ଏବଂ ଏହି ମହାମାରୀ କୋଭିଡ ରେ ୩ ଜଣ ମୃତ୍ୟୁଵରଣ କରିଛନ୍ତି । ଆସନ୍ତା ଏକ ମାସ ଗୁରୁତ୍ୱ ଵହନ କରୁଥିବା ଯୋଗୁଁ ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ରହିଛି । ଏଥି ନିମନ୍ତେ ଆକ୍ରାନ୍ତ ବ୍ୟକ୍ତି ବିଶେଙ୍କୁ ଉତ୍ତମ ସେବା ଯୋଗେଇବା ନିମନ୍ତେ ଭଞ୍ଜନଗର ବ୍ଲକ ଏବଂ ସହରାଞ୍ଚଳରେ କୋଭିଡ କେୟାର ସେଣ୍ଟର ଖୋଲିବା ନିମନ୍ତେ ପ୍ରଶାସନ ତରଫରୁ ପ୍ରସ୍ତୁତି ଜୋରଦାର କରାଯାଉଛି । ଆଜି ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଂଜ଼ ସୋରଡ଼ା ବ୍ଲକ ଗସ୍ତ କରି ଓଡିଶା ଆଦର୍ଶ ବିଦ୍ୟାଳୟ ଠାରେ ହେବାକୁ ଥିବା ୧୦୦ ବେଡ଼ ବିଶିଷ୍ଠ କୋଭିଡ କେୟାର ସେଣ୍ଟର ର ଅଗ୍ରଗତି ସମୀକ୍ଷା କରିଛନ୍ତି । ତହସିଲଦାର, ବିଡିଓ ମେଡିକାଲ ଅଫିସର ଏବଂ ଅନ୍ୟାନ୍ୟ ଅଧିକାରୀ ମାନଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ବର୍ତ୍ତମାନ ୩୦ ଗୋଟି ଅମ୍ଳଜାନ ସିଲିଣ୍ଡର ପ୍ରସ୍ତୁତ ଥିବା ବେଳେ ଆଗକୁ ଆହୁରି ସିଲିଣ୍ଡର ଅଣାଯିବ ବୋଲି ମେଡିକାଲ ଅଫିସର କହିଛନ୍ତି । ଆସନ୍ତା ରବିବାର ସୁଦ୍ଧା ସମସ୍ତ କାର୍ଯ୍ୟ ସାରିବା ପାଇଁ ଅଧିକାରୀ ମାନଙ୍କୁ ଉପଜିଲ୍ଲାପାଳ ନିର୍ଦେଶ କହିଛନ୍ତି । ସିସିସି ଆସନ୍ତା ସୋମବାର ଠୁ କାର୍ଯ୍ୟକ୍ଷମ ହେବ ବୋଲି ଉପଜିଲ୍ଲାପାଳ କହିଛନ୍ତି । ଭଞ୍ଜନଗର ଉପଖଣ୍ଡରେ ମୋଟ ୧୬୮୦ ଗୋଟି ବେଡ଼ ୨୨ ଗୋଟି କୋଭିଡ କେୟାର ସେଣ୍ଟର ରେ ଉପଲବ୍ଧ କରାଯିବ । ଆବଶ୍ୟକତା ଅନୁଯାୟୀ ଆହୁରି ବେଡ଼ ସଂଖ୍ୟା ବୃଦ୍ଧି କରାଯିବ ବୋଲି ଉପଜିଲ୍ଲାପାଳ କହିଛନ୍ତି । କରୋନାର ଦ୍ୱିତୀୟ ଲହର ଭୁତାଣୁର ପ୍ରକୋପ ଅଧିକା ଥିବାରୁ ମାସ୍କ ବ୍ୟବହାର, ସାମାଜିକ ଦୂରତ୍ୱ, ଜନଗହଳି ପୂର୍ଣ୍ଣ ସ୍ଥାନକୁ ନ ଯିବା, ଯଦି କୌଣସି ଜରୁରୀ କାମ ନ ଥିଲେ ଘରୁ ନ ବାହାରିବା ଇତ୍ୟାଦି ସହିତ କୋଭିଡର ଅନ୍ୟ ସମସ୍ତ ନିୟମକୁ କଡାକଡି ପାଳନ କରିଲେ ହିଁ କରୋନା ଭୁତାଣୁର ଦ୍ରୁତ ସଂକ୍ରମଣ ଚେନ କୁ ଛିଣ୍ଡାଇ ହେବ ବୋଲି ଉପଜିଲ୍ଲାପାଳ ଜନସାଧାରଙ୍କୁ ସମ୍ବୋଧନ କରି କହିଛନ୍ତି । ଉପଜିଲ୍ଲାପାଳଙ୍କ ସହ ତହସିଲଦାର ରବୀନ୍ଦ୍ର କୁମାର ମିଶ୍ର, ଏବିଡିଓ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ, ମେଡିକାଲ ଅଫିସର ସମେତ ଅନ୍ୟ କର୍ମଚାରୀ ମାନେ ଉପସ୍ଥିତ ଥିଲେ ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.