କରୋନା ସକାଶେ ଦାବି ପ୍ରତ୍ୟାହାର କଲା ଘୁମୁସର ବରିଷ୍ଠ ନାଗରିକ ମଞ୍ଚ ।

0 230

ଭଞ୍ଜନଗର,୩୦/୦୪(ପିପିଟି); ଯାତ୍ରୀମାନଙ୍କ ସୁବିଧା ଦୃଷ୍ଟିରୁ ଗତ ଦୁଇ ବର୍ଷ ହେଲା ଭଞ୍ଜନଗର ଠାରେ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ଏକ ଅତ୍ୟାଧୁନିକ ନୂତନ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇଛି।ହେଲେ ତାହା କୌଣସି କାରଣରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରିଲା ନାହିଁ। ଯାହା ଫଳରେ ଯାତ୍ରୀମାନେ ଅସ୍ଥାୟୀ ବସ ଷ୍ଟାଣ୍ଡ ରେ କୌଣସି ସୁବିଧା ନଥିବାରୁ ଏଣେ ତେଣେ ବୁଲିବା ସହ ପ୍ରବଳ ଖରାରେ ଗଛ ଛାଇରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଆଶ୍ରୟ ନେଉଛନ୍ତି। ଏଥିପ୍ରତି କେହି ଦୃଷ୍ଟି ଦେଉ ନଥିବାରୁ ଜନସଧାରଣଙ୍କ ସୁବିଧା ପାଇଁ ଗତ ଏପ୍ରିଲ ୮ତାରିଖରେ ଘୁମୁସର ବରିଷ୍ଠ ନାଗରିକ ମଞ୍ଚର ସଦସ୍ୟମାନେ ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଥିଲେ। ସେଥିରେ ନୂତନ ବସ ଷ୍ଟାଣ୍ଡ କୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଉଲ୍ଲେଖ କରିଥିଲେ।ନଚେତ ଆସନ୍ତା ମେ ମାସ ୨ତାରିଖରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାକୁ ଚେତାବନୀ ଦେଇଥିଲେ।ହେଲେ ଗତ ୨୮ତାରିଖରେ ଅନୁଷ୍ଠିତ ମଞ୍ଚର ମାସିକ ବୈଠକରେ ବର୍ତ୍ତମାନ ଚାରିଆଡ଼େ କରୋନାର ଦ୍ଵିତୀୟ ଲହର ଜାରି ରହିଥିବାରୁ କଟକଣାକୁ ଦୃଷ୍ଟିରେ ରଖି ଏହି ଦାବିକୁ ମଞ୍ଚ ତରଫରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଥିବା ସଭାପତି ସୋମନାଥ ନାୟକ ସୂଚନା ଦେଇଛନ୍ତି।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.