ନବପଲ୍ଲବ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳୀ ।

0 265

ବେଲଗୁଣ୍ଠା,୨୮/୦୪(ପିପିଟି); ଗତକାଲି ପୁଡୁଚେରୀ ଶ୍ରୀମା ଅରବିନ୍ଦ ନର୍ସିଂହୋମରେ ଇହଲୀଳା ସମ୍ବରଣ କରିଥିବା ବିଶିଷ୍ଟ କଥାକାର ତଥା ପଦ୍ମଭୂଷଣ ମନୋଜ ଦାସଙ୍କୁ ଆଜି ବେଲଗୁଣ୍ଠା ନବ ପଲ୍ଲବ ସାହିତ୍ୟ ଅନୁଷ୍ଠାନ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । କୋଭିଡ କଟକଣା ମଧ୍ୟରେ ଅନୁଷ୍ଠାନ ସଭାପତି ଅଭିମନ୍ୟୁ ଦଳାଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋକ ସଭାରେ ସମ୍ପାଦକ ଡ଼କ୍ଟର୍ ରତ୍ନସାଗର ମଲ୍ଲିକ, ଉପସଭାପତି ଶରତଚନ୍ଦ୍ର ଦାସ୍, ଉପଦେଷ୍ଟା ଗୋପାଳ ଚନ୍ଦ୍ର ଲେଙ୍କା, ସହସମ୍ପାଦକ ଶିଶିର କୁମାର ସ୍ଵାଇଁ, କୋଷାଧ୍ୟକ୍ଷ ବିଭୁପାଦ ଜେନା ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ଦାସଙ୍କ ନିମିତ୍ତ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରିବା ସହିତ ତାଙ୍କର ଅମ୍ଳାନ କୃତିତ୍ୱ ଗୁଡ଼ିକ ବିଷୟରେ ଆଲୋଚନା କରିଥିଲେ । ସ୍ଵର୍ଗତ ଦାସଙ୍କ ବିୟୋଗ ସମଗ୍ର ସାହିତ୍ୟ ଜଗତ ପାଇଁ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ସଭାପତି ଶ୍ରୀ ଦଳାଇ ପ୍ରକାଶ କରିଥିଲେ । ପ୍ରକାଶ ଥାଉକି ସାହିତ୍ୟ ଜଗତର ଅପ୍ରତିଦ୍ୱନ୍ଦ୍ୱୀ ପ୍ରତିଭା ପଦ୍ମ ଭୂଷଣ ମନୋଜ ଦାସ ୮୭ ବର୍ଷ ବୟସରେ ବାର୍ଦ୍ଧକ୍ୟଜନିତ ରୋଗରେ ଗତ କାଲି ଚିକିତ୍ସାଧୀନ ଅବସ୍ଥାରେ ସ୍ଵର୍ଗାରୋହଣ କରିବ ଖବର ପ୍ରଚାରିତ ହେବା ପରେ ଓଡ଼ିଶା ସମେତ ସମଗ୍ର ଭାରତବର୍ଷ ସ୍ତବ୍ଧ ହୋଇଯାଇଥିଲା ।

(ରିପୋର୍ଟ- ସୁଶାନ୍ତ କୁମାର ବେହେରା )

Leave A Reply

Your email address will not be published.