ଜନ ସଚେତନତା ପାଇଁ ଆଞ୍ଚଳିକ ପରିବହନ ବିଭାଗ କଲା ସମ୍ମାନିତ ।

0 265

ଭଞ୍ଜନଗର,୨୮/୦୪(ପିପିଟି); ଜନସାଧାରଣଙ୍କୁ ନିରାପଦରେ ଗାଡ଼ି ଚାଳନା ସମ୍ପର୍କରେ ସଚେତନ କରିବା ଉଦ୍ଦେଶ୍ୟରେ ଭଞ୍ଜନଗର ଆଞ୍ଚଳିକ ପରିବହନ ବିଭାଗ ତରଫରୁ ଗତ ଜାନୁଆରୀ ମାସ ୧୮ ଠାରୁ ୨୫ତାରିଖ ପର୍ଯ୍ୟନ୍ତ ଆୟୋଜିତ ୩୨ତମ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବେଚ୍ଛାସେବୀ ସଙ୍ଗଠନ ସହଯୋଗରେ ସାଂସ୍କୃତିକ କାର୍ଯ୍ୟକ୍ରମ, ରାଲି ଓ ସଭାସମିତି କରି ଜନ ସଚେତନତା ସୃଷ୍ଟି କରାଯାଇଥିଲା। ଏଥିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବିଭିନ୍ନ ଅନୁଷ୍ଠାନକୁ ଆଞ୍ଚଳିକ ପରିବହନ ବିଭାଗ ତରଫରୁ ବୁଧବାର ସମ୍ମାନିତ କରାଯାଇଛି।ସେମାନଙ୍କ ସେବା କାର୍ଯ୍ୟ ସକାଶେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ଉପସ୍ଥିତ ରହି ସାଇ ଗୁରୁକୂଳ ଆବାସିକ ବିଦ୍ୟାଳୟ,ସେଣ୍ଟ ଆନ୍ସ ବିଦ୍ୟାଳୟ, ଦୀନବନ୍ଧୁ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମାନଙ୍କୁ ଓ ଜଗା ବଳିଆ ଦାସକାଠିଆ ଗ୍ରୁପର ସଦସ୍ୟଙ୍କୁ ମାନପତ୍ର ଦେଇ ସମ୍ମାନିତ କରିଥିଲେ। ଏଥିରେ ସହକାରୀ ଆଞ୍ଚଳିକ ପରିବହନ ଅଧିକାରୀ ଲଷ୍ମୀ ପ୍ରସାଦ ପଟ୍ଟନାୟକ, ସମାଜସେବୀ ଶୂଳପାଣି ଶତପଥି,ଜଗଦୀଶ ପାଣିଗ୍ରାହୀ, ପଞ୍ଚାନନ ପାଳ, ବିପ୍ର ଚରଣ ବାରିକ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

(ରିପୋର୍ଟ- ଜୟକୃଷ୍ଣ ପଟ୍ଟନାୟକ। )

Leave A Reply

Your email address will not be published.