ବିଜେଡିର ପୂର୍ବତନ ସାଂସଦ ସୁଗ୍ରୀବ ସିଂଙ୍କ ପରଲୋକ ।

0 257

କନ୍ଧମାଳ,୨୬/୦୪(ପିପିଟି): କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ପୂର୍ବତନ ଫୁଲବାଣୀ ସାଂସଦ ସୁଗ୍ରୀବ ସିଂଙ୍କ ସୋମବାର ପରଲୋକ ଘଟିଛି। କରୋନାରେ ସଂକ୍ରମିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ଆଜି ତାଙ୍କର ବିୟୋଗ ହୋଇଛି।ସୂଚନା ଅନୁଯାୟୀ, ସ୍ବର୍ଗତ ସୁଗ୍ରୀବ କନ୍ଧମାଳ ଜିଲ୍ଳାର ଜଣେ ଲୋକ ପ୍ରିୟ ନେତା ଥିଲେ । ଏଥିସହିତ ସେ ଦୈନିକ ଖବର କାଗଜ ଧରିତ୍ରୀର କନ୍ଧମାଳ ଜିଲ୍ଲା ପ୍ରତିନିଧି ଭାବେ ନିଜ ଜୀବନ ଆରମ୍ଭ କରିଥିବା ବେଳେ ପରବର୍ତ୍ତୀ ସମୟରେ ସେ ଫୁଲବାଣୀ ଏନଏସି ଚେୟାରମ୍ୟାନ୍ ଓ ୨୦୦୪ରେ ଫୁଲବାଣୀ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଅଗଷ୍ଟ ୧, ୧୯୬୩ରେ ସୁଗ୍ରୀବ ଜନ୍ମ ଗ୍ରହଣ କରିଥିଲା ବେଳେ ତାଙ୍କ ନିଜ ଘର କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ। ପରବର୍ତ୍ତୀ ସମୟରେ ଫୁଲବାଣୀ ସହରରେ ଆସି ରହିବା ସହିତ କିଛି ବର୍ଷ ହେଲାଣି ନିଜ ପରିବାର ସହିତ ଭୁବନେଶ୍ୱର ସ୍ଥିତ ଆର୍ଯ୍ୟପଲ୍ଲୀରେ ରହୁଥିବା ଜଣାପଡିଛି। ତାଙ୍କର ଏହି ଅକାଳ ବିୟୋଗରେ ସମଗ୍ର ରାଜନୀତି ସମାଜ ଓ ଗଣମାଧ୍ୟମ ମହଲରୁ ଶୋକ ପ୍ରକାଶ କରାଯାଇଛି ।
(ରିପୋର୍ଟ:-ସୁଶାନ୍ତ କୁମାର ପାଣିଗ୍ରାହୀ ।)

Leave A Reply

Your email address will not be published.