ମାଲକାନଗିରି ଜିଲ୍ଲାରେ ଆଜି ୩୨ ଜଣ କରୋନା ଚିହ୍ନଟ;କରୋନା ରୋଗୀଙ୍କ ସଂଖ୍ଯା ୧୧୭କୁ ବୃଦ୍ଧି ।

0 188

ମାଲକାନଗିରି,ତା:୨୫/୦୪(ପିପିଟି); ମାଲକାନଗିରି ଜିଲ୍ଲାରେ କରୋନା ସଂକ୍ରମିତ ରୋଗୀ ୩୨ ଜଣଙ୍କୁ ଚିହ୍ନଟ କରାଯାଇଛି । ଫଳରେ ଏହି ସଂଖ୍ଯା ୧୧୭ରେ ପହଞ୍ଚିଛି । ପ୍ରାପ୍ତ ସୂଚନାରୁ ଜଣାପଡିଛି ଯେ,ମାଲକାନଗିରି ପୌରପରିଷଦରେ ଆଜି ୩ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ୱାର୍ଡ ନଂ:୫ରେ ଜଣେ,ୱାର୍ଡ ନଂ:୬ରେ ଜଣେ ଏବଂ ୱାର୍ଡ ନଂ:୧୭ରେ ଜଣେ ଲେଖାଏଁ ସଂକ୍ରମଣରେ ଆକ୍ରାନ୍ତ ହୋଇଥିବା ଚିହ୍ନଟ କରାଯାଇଛି । ସେହିପରି ମାଲକାନଗିରି ବ୍ଲକରେ ୩ ସଂକ୍ରମିତଙ୍କ ମଧ୍ଯରୁ ଗୋରାଖୁଣ୍ଟା ପଞ୍ଚାୟତରେ ଜଣେ ଏବଂ ଶିଖପଲ୍ଲୀ ପଞ୍ଚାୟତରେ ୨ ଜଣ ସଂକ୍ରମିତ । କାଲିମେଳା ବ୍ଲକରେ ୯ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ଭେଜାଙ୍ଗିୱାଡା ପଞ୍ଚାୟତରେ ଜଣେ,କାଲିନେଳା ପଞ୍ଚାୟତରେ ୫ ଜଣ,ମାଲାଭରମ ପଞ୍ଚାୟତରେ ୨ ଜଣେ ଏବଂ ଟିଗଲ ପଞ୍ଚାୟତରେ ଜଣେ କରୋନା ଦ୍ବାରା ଆକ୍ରାନ୍ତ । ମାଥିଲି ବ୍ଲକରେ ୪ ଜଣ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ବେଳେ ତନ୍ମଧ୍ଯରୁ ମାଥିଲି ପଞ୍ଚାୟତରେ ୨ ଜଣ,ଦଳପତିଗୁଡାରେ ଜଣେ ଏବଂ ଭେଜାଗୁଡାରେ ଆକ୍ରାନ୍ତ ହୋଇଛନ୍ତି । ଖଇରପୁଟ ବ୍ଲତରେ ୮ ଜଣ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଥିବା ବେଳେ ରାସବେଢାରେ ୨, ମୁଦୁଲିପଡାରେ ଜଣେ,ଖଇରପୁଟରେ ୩ ଏବଂ ଗୋବିନ୍ଦପଲ୍ଲୀରେ ୨ ଜଣ ଆକ୍ରାନ୍ତ ।ଚିଚ୍ରକୋଣ୍ଡା ପଞ୍ଚାୟତରେ ଜଣେ କରୋନା ରୋଗୀକୁ ଚିହ୍ନଟ କରାଯାଇଛି ।ପଡିଆ ବ୍ଲକରେ ୪ ଜଣ ବ୍ଯକ୍ତି କରୋନା ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ତଣ୍ଡାବାଇ ପଞ୍ଚାୟତରେ ୨ ଜଣ ଏବଂ ଗୃହ ସର୍ବେକ୍ଷଣରୁ ୨ ଜଣ ବ୍ଯଙ୍କୁ ଚିହ୍ନଟ କରାଯାଇଛି ।
(ରିପୋର୍ଟ:ବରିଷ୍ଠ ସାମ୍ବାଦିକ କେଶବ ଚନ୍ଦ୍ର ନାୟକ,ମାଲକାନଗିରି)

Leave A Reply

Your email address will not be published.