ହିଂଜିଳିକାଟୁ,୨୪/୦୪(ପିପିଟି); ଶନିବାର ସକାଳୁ ଆରମ୍ଭ ହୋଇଛି ଚଳିତ ବର୍ଷର ପ୍ରଥମ ସପ୍ତାହନ୍ତ ସଟଡାଉନ୍ । ହିଂଜିଳି ଜନସାଧାରଣ କରୋନା ମହାମାରୀ ପ୍ରକୋପକୁ ଦୃଷ୍ଟରେରଖି ବନ୍ଦ ନିୟମକୁ ସଂପୂର୍ଣ୍ଣ ସମ୍ମାନ କରୁଥିବା ଦେଖିବାକୁ ମିଳିଛି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ଡ଼ାକ୍ତରଖାନା ପେଟ୍ରଲ ପମ୍ପ, କ୍ଷୀର, ଔଷଧ ଦୋକାନ ଓ ଏଲପିଜି ବିକ୍ରୟ କେନ୍ଦ୍ର ଖୋଲରହିଥିବା ବେଳେ ,ସହରର ସମସ୍ତ ଦୋକାନ ବଜାର ଓ ଅନୁଷ୍ଠାନ ବନ୍ଦ ରହିଛି । ପ୍ରଶାସନ ତରଫରୁ ସଂପୂର୍ଣ୍ଣ ସହଯୋଗ ଓ ଜରୁରୀକାଳୀନ ସେବାର ଉପଯୁକ୍ତ ସହଯୋଗ ମିଳୁଥିବା ଦେଖିବାକୁ ମିଳିଛି । ସାରା ସହର ଖାଁ ଖାଁ ଲାଗୁଥିବା ଦୃଷ୍ଟିଗୋଚର ହୋଇଛି ।
(ରିପୋର୍ଟ – ସାନ୍ତନୁ କୁମାର ବେହେରା)
Prev Post